ମଦ ବୋଝେଇ ଗାଡ଼ି ଜବତ କରି ଛାଡ଼ିବା ପାଇଁ ଲାଞ୍ଚ ନେଇ ଭିଜଲାନ୍ସ ଜାଲରେ ଥାନା ଅଧିକାରୀ

0
117
ମଦ ବୋଝେଇ ଗାଡ଼ି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୫/୦୮) : ବଲାଙ୍ଗୀର ଜିଲ୍ଲା ର ଲୋଇସିଂହା ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ସଂଗ୍ରାମ କେଶରୀ ପଟ୍ଟନାୟକ ମଦ ବୋଝେଇ ଗାଡ଼ି ଜବତ କରି ଛାଡ଼ିବା ପାଇଁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।WhatsApp Image 2022 08 25 at 6.47.30 AM ମଦ ବୋଝେଇ ଗାଡ଼ି ଜବତ କରି ଛାଡ଼ିବା ପାଇଁ ଲାଞ୍ଚ ନେଇ ଭିଜଲାନ୍ସ ଜାଲରେ ଥାନା ଅଧିକାରୀ

ଏକ ମଦ ବୋଝେଇ ଗାଡ଼ି କୁ ଜବତ କରିବା ଓ ସେହି ଗାଡ଼ି କୁ ଛାଡି ମାମଲା ରୁଜ୍ଜୁ ନ କରିବା ସହ ଘଟଣା ଚପେଇ ଦେବା ପାଇଁ ମୁଲଚାଲ କରି ୨୦ ହଜାର ଟଙ୍କା ଦାବି କରି ଲାଞ୍ଚ ନେବା ସମୟରେ ଥାନା ଅଧିକାରୀ ତାଙ୍କ କାର୍ଯ୍ୟାଳୟ ରୁ ସାକ୍ଷ୍ୟ ଙ୍କ ଉପସ୍ଥିତିରେ ନଗଦ ୨୦ ହଜାର ଟଙ୍କା ସହ ଗିରଫ ହୋଇଛନ୍ତି ।

ପ୍ରକାଶ ଯେ, ବରଗଡ଼ ଜିଲ୍ଲା ର ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ରୁ ମଦ ବୋଝେଇ କରି ଲୋଇସିଂହା ଦେଇ ଗାଡ଼ି ଯାଉଥିବା ବେଳେ ଲୋଇସିଂହା ଥାନା ଅଧିକାରୀ ଉକ୍ତ ଗାଡ଼ି କୁ ଅଟକ ରଖିଥିଲେ । ବିଭିନ୍ନ କାଗଜ, ପତ୍ର ଯାଞ୍ଚ ଆଳ କରି ହଇରାଣ ହରକତ କରିବା ଓ ଗାଡ଼ି ଛାଡ଼ିବା ପାଇଁ ମୂଲ ଚାଲ କରି ୨୦ ହଜାର ଟଙ୍କା ଦାବି କରି ଥିଲେ ।

ବରଗଡ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁ ର ଜଣେ ଲାଇସେନସ ପ୍ରାପ୍ତ ମଦ ବ୍ୟବସାୟୀ ଭାବଗ୍ରାହୀ ସାହୁଙ୍କ ମଦ ବୋଝେଇ ଗାଡିକୁ ସିଜ କରିଥିଲେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ । ବୋଝେଇ ଗାଡିକୁ ଛାଡିବା ପାଇଁ ଭାବଗ୍ରାହୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ ।

ଏନେଇ ଭାବଗ୍ରାହୀ ବରଗଡ ଭିଜିଲାନସ ବିଭାଗକୁ ଖବର ଦେଇଥିଲେ । ବରଗଡ ଓ ସମ୍ୱଲପୁର ଭିଜିଲାନସ ବିଭାଗ ର ମିଳିତ ଟିମ ପୂର୍ବ ଯୋଜନା ମୁତାବକ, ଲୋଇସିଂହା ଥାନାରେ ଲାଞ୍ଚ ନେଉଥିବା ସମୟରେ ଥାନା ଅଧିକାରୀଙ୍କୁ କାବୁ କରିଥିଲେ । ସେହିପରି ବଲାଙ୍ଗୀର ଟାଉନ ଥାନା ନିକଟରେ ଥିବା ଅଭିଯୁକ୍ତ ଆଇ.ଆଇ.ସି. ଙ୍କ ସରକାରୀ ବାସଭବନ ରେ ଭିଜିଲିନାସ ଟିମ ଚଢାଉ କରି ସବିଶେଷ ତଦନ୍ତ ଆରମ୍ଭ କରିଛି ।