ଉଲୁଣ୍ଡା ଥାନା ରେ ରକ୍ତଦାନ ଶିବିର ଅନୁଷ୍ଠିତ

0
152
ଉଲୁଣ୍ଡା ଥାନା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୮) : ସୁବର୍ଣ୍ଣପୁର ଜିଲ୍ଲା ର ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚାୟତ କଲେଜ ଠାରେ ରାଜ୍ୟ ପୁଲିସ ବିଭାଗ ର ନିର୍ଦ୍ଦେଶରେ ମୋ ସରକାର ତରଫରୁ ଏକ ବିଶାଳ ରକ୍ତ ଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 24 at 9.00.00 PM 1 ଉଲୁଣ୍ଡା ଥାନା ରେ ରକ୍ତଦାନ ଶିବିର ଅନୁଷ୍ଠିତ

ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶୁଭ ଉଦ୍ଘାଟନ କରି ରକ୍ତଦାତା ତଥା ଅଞ୍ଚଳ ର ଅନ୍ୟାନ୍ୟ ଅଗ୍ରଣୀ ସେଚ୍ଛାସେବୀ ସଙ୍ଗଠନ ର କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ l ଉଲୁଣ୍ଡା ଥାନା ପୁଲିସକୁ ଏହି ବିଶାଳ ଶିବିର ଆୟୋଜନରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଏସଡିପିଓ ଡୋଳାମଣି ଭୋଇ, ଆରଟିଓ ରବିନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବରେ ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରଭଣେ ଯୋଗ ଦେଇ ରକ୍ତଦାତା, ସେଚ୍ଛାସେବୀ ସଙ୍ଗଠନ ତଥା ଉଲୁଣ୍ଡା ଟାଉନ୍ ଥାନା ପୁଲିସକୁ ରକ୍ତଦାନ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରି ଅଗ୍ରଣୀ ସେଚ୍ଛାସେବୀ ସଙ୍ଗଠନ କୁ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ଲେବେଲ ଥାନାରେ ଗ୍ରାମାଞ୍ଚଳ ରେ ୫୦୯ ୟୁନିଟ ରକ୍ତ ସଂଗ୍ରହ ବିଷୟ ଆଜି ସମସ୍ତଙ୍କୁ ଚକିତ କରିଛି ବୋଲି କହିଥିଲେ l

ସୁବର୍ଣ୍ଣପୁର, ବରଗଡ଼ ତଥା ଭିମସାର ବୁର୍ଲା ରକ୍ତ କେନ୍ଦ୍ର ର କର୍ମଚାରୀ, ପୁଲିସ ଟିମ, ସ୍ୱଚ୍ଛ ଭାରତ ସଙ୍ଗଠନ ସୋନପୁର କର୍ମକର୍ତ୍ତା, ରେଜିଷ୍ଟ୍ରେସନ୍, ରକ୍ତ ସଂଗ୍ରହ, ନାମ ପଞ୍ଜିକରଣ, ପ୍ରମାଣପତ୍ର ବଣ୍ଟନ ତଥା ରକ୍ତ ସଂଗ୍ରହ କାର୍ଯରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏସ ଡି ପି ଓ ଡୋଳାମଣି ଭୋଇ, ଓ ଉଲୁଣ୍ଡା ଆଇ ଆଇ ସି ଚନ୍ଦ୍ର ଚୂଡ଼ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ମେଗା ରକ୍ତଦାନ ଶିବିରରେ ରକ୍ତଦାତା ସଙ୍ଗଠନ, ପଶ୍ଚିମ ଓଡିଶା ଯୁବା ମଞ୍ଚ, ଓଡ଼ିଶା ଡ୍ରାଇଭର ମହା ସଂଘ ଉଲୁଣ୍ଡା ଶାଖା, ଉଲୁଣ୍ଡା ଯୁବ ମହାସଂଘ, ରଘୁନାଥ ଯୁବା କ୍ଲବ, ଜଗନ୍ନାଥ କ୍ଲବ କୋଟ ସମଲେଇ, ଉଲୁଣ୍ଡା ବଜରଙ୍ଗ ଦଳ, ମେଟାକାନି ମହିଳା କଲେଜ, ଉଲୁଣ୍ଡା ପଞ୍ଚାୟତ ସମିତି କଲେଜ, ରମେଶ ପ୍ରସାଦ ଡିଗ୍ରୀ କଲେଜ, ବଣିକ ସଂଘ, ଉଲୁଣ୍ଡା ରାଇସ ମିଲ ୟୁନିୟନ, ଅଗ୍ନିଶମ ବାହିନୀ, ଫରେଷ୍ଟ ବିଭାଗ, ଟାଟା ପାୱାର କର୍ମଚାରୀ, ଚନ୍ଦ୍ର ମଣି ଦାଶ ଯୁବକ ସଂଘ, ଆମ ପୁଲିସ ସମିତି, ବ୍ଲକ ସ୍ତରୀୟ ସମସ୍ତ ସରପଞ୍ଚଙ୍କ ସହଯୋଗରେ ଆଜି ଏ ବିଶାଳ ଶିବିର ସଫଳ ହୋଇ ଓଡିଶା ର ସମସ୍ତ ରେକର୍ଡ କୁ ବ୍ରେକ କରିଛି l

ଆମ ପୁଲିସ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ହାବିଲଦାର ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ସୁଧାଂଶୁ ମଣ୍ଡେଲି, ଜିଲ୍ଲା ପୁଲିସ ରକ୍ତ ସଂଯୋଜକ ମନୋଜ ପଣ୍ଡା ଓ ସାମ୍ବାଦିକ ତଥା ସୋନପୁର ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଏହି ଶିବିର ଓ ଉଭୟ ସମ୍ବର୍ଦ୍ଧିତ ସଭା ସଂଯୋଜନା କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଓ ଥାନା ର ସମସ୍ତ କର୍ମଚାରୀ ପ୍ରମୁଖ ଶୃଙ୍ଖଳା ରକ୍ଷା କରିଥିଲେ । ଶେଷରେ ଆରକ୍ଷୀ ନିରୀକ୍ଷକ ପ୍ରଦ୍ୟୁମ୍ନ ପଟେଲ ରକ୍ତଦାତା ଓ ସେଚ୍ଛାସେବୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lWhatsApp Image 2022 08 24 at 9.00.00 PM ଉଲୁଣ୍ଡା ଥାନା ରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜ୍ୟ ଡ୍ରାଇଭର ମହାସଙ୍ଘ ର ଉଲୁଣ୍ଡା ର ସଭ୍ୟ ଆଦିକନ୍ଦ ଦେହୁରୀ ଚକ୍ଷୁଦାନ ପାଇଁ ଆଜି ସଭାରେ ଏସପି ଙ୍କ ଆଗରେ ଘୋଷଣା କରି ଅଙ୍ଗ ଦାନ ପାଇଁ ଆଗାମୀ ଯୁବ ପିଢୀ ଙ୍କୁ ପ୍ରେରଣା ଦେଇଥିଲେ l ଏହି ମେଗା ଉତ୍ସବରେ ଗୋଟାଏ ବାହାଘର ଉତ୍ସବ ଭଳି ସମସ୍ତ ରକ୍ତଦାତା ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା l ସମୁଦାୟ ୫୦୯ ୟୁନିଟ ରକ୍ତ ରୁ ସୋନପୁର ବ୍ଲଡ଼ ବ୍ୟାଙ୍କ କୁ ୧୫୦ ୟୁନିଟ, ବରଗଡ଼ ସରକାରୀ ରକ୍ତ କେନ୍ଦ୍ର କୁ ୧୨୯ ୟୁନିଟ ଓ ବୁର୍ଲା ମେଡିକାଲ ରକ୍ତ କେନ୍ଦ୍ର କୁ ୨୩୦ ୟୁନିଟ ରକ୍ତ ପ୍ରଦାନ କରାଯାଇଛି l