Related Contents

ବଂଶଧାରା ନଦୀରେ ବନ୍ୟା, ଗୁଡାରି ପ୍ରଭାବିତ

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି (୦୮/୦୮): ଗୁଡାରି ଓ ବଂଶଧାରା ନଦୀର ଉପର ମୁଣ୍ଡରେ ଗତ ୬ତାରିଖ ର ପ୍ରବଳ ବର୍ଷା ଦ୍ୱାରା ଗୁଡାରି ବଂଶଧାରା ନଦୀରେ ବନ୍ୟା ସୃଷ୍ଟି ହୋଇଛି | ଗତ ୭ତାରିଖ ପୂର୍ବାହ୍ନ ୪ଟା ୩୦ମିନିଟ ସମୟରେ ନଦୀରେ ବନ୍ୟା ଆରମ୍ଭ ହୋଇଥିଲା |

ଗୁଡାରି ଏନଏସି ଡ୍ରେନ ଗୁଡିକ ନଦୀର ସଂଯୋଗ ଥିବାରୁ ସେହି ରାସ୍ତା ଦେଇ ଗୁଡାରି ରେ ପ୍ରାୟ ୪ଗୋଟି ସାହିରେ ପାଣି ପଶି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଦେଇଛି |ସେପଟେ ଗୁଡାରି ଠାକୁରାଣୀ ମନ୍ଦିର ରାସ୍ତା ଦେଇ ମଧ୍ୟ ପାଣି ମାସି ଆସୁଛି | ଗୁଡାରି ବଂଶଧାରା ବ୍ରିଜରେ ନିମ୍ନ ରେ ଛୋଟିଆ ନାଳ ଦେଇ ଗୁଡାରି ରେ ଜଳମଗ୍ନ ହେବାକୁ ଯାଉଛି | ଏହି ପରିସ୍ଥିତିରେ ମୁକାବିଲା ନିମନ୍ତେ ବନ୍ୟା ପରିସ୍ଥିତ ଦାଉରୁ ରକ୍ଷା ନିମନ୍ତେ ବାରମ୍ବାର ବଂଶଧାରା ସାମ୍ବାଦିକ ସଂଘ ଗୁଡାରି ଈଓ ଗୁଡାରି, ବିଡ଼ିଓ, ତହସିଲଦାର ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା |

ହେଲେ ବିଳମ୍ବରେ ପହଂଚି ଅନୁଧ୍ୟାନ କରିଥିଲେ | ପରିସ୍ଥିତିର ସୁରକ୍ଷା ନିମନ୍ତେ ଉପଜିଲ୍ଲାପାଳ ଗୁଣୁପୁର, ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ପହଂଚି ଗୂଦାରୀର ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଧିବ୍ୟବସ୍ଥା କରିଥିଲେ | ଅଗ୍ନିଶମ ବିଭାଗ ଦୁଇ ଟି ଗାଡି ଦ୍ୱାରା ଡ୍ରେନ ପାଣିକୁ ନିଷ୍କାସନ କରିଥିବା ଦେଖିବାକୁ ମିଳିଥିଲା | ଗୁଡାରି ର ନଦୀ ନିକଟସ୍ଥ ଜମି ଗୁଡିକରେ ବନ୍ୟା ପାଣି ଭାରି ରହିଅଛି | ଚାଷୀମାନେ ମୁଣ୍ଡରେ ହାତ ଦେଇ ରହିଅଛନ୍ତି |

Comments are closed.