Thursday, March 28, 2024

Top 5 This Week

Related Posts

କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷରୁ ୧୦୦ ସିଟରେ ନାମଲେଖା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୪/୦୮) : ବହୁ ଆପେକ୍ଷା ର ଅନ୍ତ ଘଟିଛି । କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୩ ବର୍ଷରୁ ୧୦୦ MBBS ସିଟ୍‌ରେ ନାମଲେଖା ନିମନ୍ତେ ଅନୁମତି ମିଳିଛି ।

କେନ୍ଦୁଝର ସରକାରୀ ନେସନାଲ ମେଡିକାଲ କମିଶନର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ (ଏମଏଆରବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଏହି ଅନୁମତିପତ୍ର ଦିଆଯାଇଛି । ଏହି ଅନୁମତି ମୁତାବକ, ଉକ୍ତ ଡାକ୍ତରଖାନାର ପରିଚାଳନା ବ୍ୟବସ୍ଥା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ବୋଲି ଜଣାପଡିଛି ।

ସେପଟେ ଏହି ସରକାରୀ ମେଡିକାଲ କଲେଜ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରକାଶ ଥାଉ କି, ଏହି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏହି ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ନିମନ୍ତେ ବହୁ ହଇରାଣ ହେଉଛନ୍ତି । ମେଡ଼ିକାଲ କଲେଜରେ ପାଠପଢ଼ା ଆରମ୍ଭ ହେଲେ ଲୋକଙ୍କୁ ଏଠାରେ ପାଠପଢ଼ି ବାହାରିବାକୁ ଥିବା ଡାକ୍ତରଙ୍କ ନିକଟରୁ ଉତ୍ତମ ସେବା ମିଳିବ ବୋଲି ଆଶା ରହିଛି ।

Popular Articles