ସନ୍ଧ୍ୟା ବେଳେ ସୁଜି ଖାଇଲେ : ସକାଳେ ହସ୍ପିଟାଲରେ ଭର୍ତ୍ତି ହେଲେ ୪୦ ଛାତ୍ରୀ

0
132
ସନ୍ଧ୍ୟା ବେଳେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୪/୦୮) : ଗତକାଲି ସନ୍ଧ୍ୟା ବେଳେ ସୁଜି ଖାଇବା ପରେ ଆଜି ସକାଳୁ ଅସୁସ୍ଥ ହୋଇପଡ଼ିଲେ ୪୦ ଛାତ୍ରୀ । 

ସେମାନଙ୍କର ମୁଣ୍ଡ ବୁଲାଇବା ସହ ଝାଡାବାନ୍ତି ହେଉଥିବା ନେଇ ଛାତ୍ରୀମାନେ କହିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କେନ୍ଦୁଝର ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ନିବାସରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ଛାତ୍ରୀ ରହୁଛନ୍ତି ଗତକାଲି ସନ୍ଧ୍ୟା ସମୟରେ ସମସ୍ତ ଛାତ୍ରୀ ହଷ୍ଟେଲ ମେସ୍‌ରେ ସନ୍ଧ୍ୟା ବେଳେ ସୁଜି ଖାଇଥିଲେ । ଏହାପରେ ଧୀରେ ଧୀରେ କିଛି ପିଲାଙ୍କ ଦେହ ଖରାପ ହେବାକୁ ଲାଗିଲା । ସକାଳୁ ଏହି ସଂଖ୍ୟା ୪୦ ଉପରେ ପହଞ୍ଚିଲା ।

ଏହାଦେଖି ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଚିକିତ୍ସା ଲାଗି ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ନିୟନ୍ତ୍ରଣାଧୀନ ଥିବା ଜଣାଯାଇଛି । ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ନେଇ ଶିକ୍ଷକ କହିଛନ୍ତି ।