ସରକାରୀ ଉଚ୍ଚମାଧ୍ୟମିକ କୈଳାଶପୁର ଠାରେ ଶିକ୍ଷକ ଅବିଭାବକ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ: ଗୋପୀନାଥ କଣ୍ଡାଗରୀ
କୋଲନରା(୦୮/୦୮): କୋଲନରା ବ୍ଲକ କୈଳାସପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଶିକ୍ଷକ ଅବିଭାବକ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ମାନ୍ୟବର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା ଯୋଗ ଦେଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଦିଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଝଡି ବର୍ଷା ହେତୁ ପ୍ରତିକୂଳ ପାଗ ଲାଗି ଏବଂ ଅନ୍ୟାନ୍ୟ କାରଣ ପାଇଁ ଆସିଲେ ନାହିଁ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ସୂଚନା ଦେଇଥିଲେ ।

ଆଜିକାର ଏହି ବୈଠକରେ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିପନି ବିହାରୀ ପଟ୍ଟନାୟକ ସଭା ପରିଚାଳନା କରିଥିଲେ । କମିଟିର ସଭ୍ୟ ସଭ୍ୟା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅବିଭାବକ ମାନେ ସଭାରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଜି ବିଶେଷ କରି ଛାତ୍ର ଛାତ୍ରୀ ମାନଙ୍କର ସବୁ ପ୍ରକାର ଅଭାବ ଅସୁବିଧା ଆଚରଣ ବିଚରଣ ଶୃଙ୍ଖଳିତ ଜୀବନ ଯାପନ ଶିକ୍ଷା ଦାନ ପ୍ରତିଆଲୋକ ପାତ କରାଯାଇଥିଲା । ବିଶେଷ କରି ଛାତ୍ର ମାନେ ଦୁଷ୍ଟାମୀ କରୁଛନ୍ତି, ଶିକ୍ଷକ ମାନଙ୍କ ବିନାଅନୁମତିରେ ବାହାରେ ବୁଲା ବୁଲି କରୁଥିବା କଥା କମିଟି ସଭ୍ୟ ମାନେ ଅଭିଯୋଗ କରିଥିଲେ | ଫୋନରେ ବ୍ୟସ୍ତ ରହୁଥିବା କଥା କହିଲେ । ନିଜ ନିଜ ପିଲାଙ୍କୁ ବୁଝା ସୁଝା କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଆଗାମି ଭବିଷ୍ୟତରେ କୌଣସି ପିଲା ଯଦି ଖରାପ ହୁଏ ତେବେ ଅବିଭାବକ ମାନେ ମଧ୍ୟ ଦାୟୀ ରହିବେ ବୋଲି ଅବିଭାବକ ମାନେ ନିଜେ ସ୍ଵୀକାର କରିଥିଲେ । ଏଥର ମାସିକ ପରୀକ୍ଷା କରି ପ୍ରୋଗ୍ରେସ ରିପୋର୍ଟ ପିତା ମାତାଙ୍କ ନିକଟକୁ ପଠାଇବା ପାଇଁ ନିସ୍ପତି ନିଆଯାଇଥିଲା । ସର୍ବସେଶରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇଥିଲେ ।

Comments are closed.