Related Contents

ସ୍ବର୍ଗତ ଶ୍ରୀମତୀ ସୁଷମା ସ୍ୱରାଜଙ୍କୁ ନବରଙ୍ଗପୁର ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୦୮/୦୮): ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସ୍ବର୍ଗତ ସୁଷମା ସ୍ୱରାଜଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି ।

ବିଜେପିର ଯୁବନେତା ଗୋୖରୀ ଶଙ୍କର ମାଝୀ, ପୂର୍ବତନ ଜିଲ୍ଲା ସଭାପତି ଲୋକନାଥ ପାଳ, ଜିଲ୍ଲା ଯୁବମୋର୍ଚା ସଭାପତି କାହ୍ନୁ ଦାସ, ବରିଷ୍ଠ ସାମ୍ବାଦିକ ବାଙ୍କ ବିଷୋୟୀ, ପଛୁଆ ବର୍ଗ ଜିଲ୍ଲା ସଭାପତି ମନୋଜ ମହାଙ୍କୁଡ଼, ଦୈତାରୀ ମାଝୀ, ଶ୍ରୀଧର ପାତ୍ର, ମଧୁ ଗାଦବା, ମନୋଜ ସାଗରିଆ ସମେତ ବହୁ ସଂଖ୍ୟକ କର୍ମକର୍ତ୍ତା ମାନେ ପୁଷ୍ପାଞ୍ଜଳି ଦେଇ ସ୍ବର୍ଗତ ସୁଷମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସୃତି ଚାରଣ କରିଥିଲେ । ଭାରତୀୟ ରାଜନୀତିରେ ସ୍ବର୍ଗତ ସୁଷମାଙ୍କ ଅବଦାନ ଅତୁଳନୀୟ ଓ ତାଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମସ୍ତ ଭାରତୀୟଙ୍କୁ ଆକର୍ଷିତ କରିଥିଲା ବୋଲି ଉପସ୍ଥିତ ବିଜେପି ନେତା ମାନେ କହିଥିଲେ ।

ଏହି ଶୋକ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ତପନ ପରିଚ୍ଛା, ଭି.ସନ୍ତୋଷ, ସାଇ କୁମାର, ବାବୁଲୁ ମହାପାତ୍ର, ରତ୍ନା ମାଳି, ଜ୍ୟୋତି ରଞ୍ଜନ କଂସ, ହରିମହନ ଶର୍ମା, ଭୁବନ ନାୟକ, ଭୁବନ ଗୌଡ଼ ସହ ବହୁ ଯୁବ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Comments are closed.