ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ନେତାଙ୍କ ମୃତଦେହ

0
119
ଗଛରୁ ଝୁଲନ୍ତା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଠୁଆ, (୨୪/୦୮) : ଜମ୍ମୁ-କଶ୍ମୀର ର କଠୁଆ ଅନ୍ତର୍ଗତ ହୀରୀଗନର ଅଞ୍ଚଳରୁ ରହସ୍ୟ ଜନକ ଅବସ୍ଥାରେ ମିଳିଛି ବିଜେପି ନେତାଙ୍କ ମୃତଦେହ । ଗୋଟିଏ ଗଛରୁ ଝୁଲନ୍ତା ଅବସ୍ଥାରେ ବିଜେପି ନେତାଙ୍କ ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି ।

ଝୁଲନ୍ତା ଅବସ୍ଥାରେ ମିଳିଥିବା ବିଜେପି ନେତାଙ୍କ ନାଁ ସୋମ ରାଜ । ତାଙ୍କ ମୃତଦେହ କୁ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଗ୍ରାମବାସୀ ପ୍ରଥମେ ଏହାକୁ ଦେଖିଥିଲେ । ଏହାପରେ ସେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୋମ ରାଜଙ୍କ ଶରୀରରୁ ରକ୍ତ ଛିଟା ମିଳିଛି । ଏହାକୁ ଆଧାର କରି ପୁଲିସ୍‌ ଘଟଣା ର ଅଧିକ ତଦନ୍ତ କରୁଛି । ତାଙ୍କୁ ହତ୍ୟା କରିବା ପରେ ଗଛରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି ।

ଗାଁ ଲୋକଙ୍କ କହିବା କଥା ୩ ଦିନ ହେଲା ସୋମ ରାଜ ନିଖୋଜ ଥିଲେ । ତାଙ୍କୁ ଖୋଜିବାକୁ ପରିବାର ଲୋକ ଉଦ୍ୟମ ଜାରି ରଖିଥିବା ବେଳେ ଏବେ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୋମ ରାଜଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ସହ ସରକାର ସେମାନଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛନ୍ତି । ସେହିପରି ଘଟଣା ପରେ ସୋମଙ୍କ ଘରେ ଅନେକ ବିଜେପି ନେତା ପହଞ୍ଚିଥିଲେ । ସେମାନେ ମଧ୍ୟ ଘଟଣା ର ତଦନ୍ତ ଦାବି କରିଛନ୍ତି ।