Related Contents

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୦୮/୦୮): ଲଗାଣ ଲଘୁଚାପ ଜନିତ ବର୍ଷାରେ ୬ଜଣଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି | ଲମତାପୁଟ ବ୍ଲକର ପେଟା ପଂଚାୟତର ରାଣୀତାଟା ଗାଁରେ ଏଇ ଘଟଣା ଘଟିଛି |

ଗତ ୧୫ଦିନ ଧରି ଲଘୁଚାପ ଜନିତ ବର୍ଷା ଲମତାପୁଟ ବ୍ଲକକୁ ଅସ୍ତବ୍ୟସ୍ତ କରିଛି | ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି | ଗତକାଲି ରାଣୀତଟା ଗ୍ରାମର ମଙ୍ଗୁଲୁ ଗତନ, କୁନା ଗତନ, ଚିନି ସୁକିଆ, ସମରା ଗତନ ଓ ଆଦୁ ଗତନ ଙ୍କର ରାତିରେ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗିଯାଇଛି | ସମସ୍ତେ ଗରିବ ଶ୍ରେଣୀ ଲୋକ ମାନେ.| ଏଇ ଘଟଣାରେ କାହାର କିଛି ଜୀବନ କ୍ଷତି ହୋଇ ନାହିଁ କିନ୍ତୁ ଘରର କାନ୍ଥ ଗୁଡିକ ଭାଙ୍ଗିଯାଇଛି | ଯଦି ସରକାରଙ୍କ ଦ୍ଵାରା କିଛି ଆର୍ଥିକ ସହାୟତା ମିଳିଲେ ଉପକୃତ ହୁଅନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.