ଦଳୀୟ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବା ପାଇଁ କହିଲେ ମେହବୁବା ମୁଫତି

ନୂଆଦିଲ୍ଲୀ(ଓଡିଶା ନ୍ୟୁଜ୨୪): ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବେ ଦଳୀୟ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବା ପାଇଁ କହିଛନ୍ତି । ନଚେତ୍ ଦଳରୁ ନିଲମ୍ୱିତ ହେବେ । ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ପ୍ରକାଶ ପାଇଛି । ମେହବୁବା ମୁଫତି ଯେତେବେଳ ଗେଷ୍ଟ ହାଉସକୁ ସ୍ଥାନାନ୍ତର ହେଉଥିଲେ ସେହି ସମୟରେ ତାଙ୍କ ସହଯୋଗୀଙ୍କୁ ଦଳୀୟ ସାଂସଦଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ଯେତେବଳେ ଗୃହ ମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ଆଣିଥିଲେ ସେତେବେଳେ ପିଡିପିର ଦୁଇ ରାଜ୍ୟସଭା ସାଂସଦ ଏମଏମ ଫ୍ୟୋଜା ଏବଂ ନଜିର ଅହମଦ ଏହାକୁ ଜୋରଦାର ବିରୋଧ କରିଥିଲେ । ଏମିତିକି ତାଙ୍କ ନିଜ ସାର୍ଟ ଚିରି ଦେଇଥିଲେ । ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଚ୍ରପତି ଭେଙ୍କେୟା ନାଇଡୁ ସଂସଦରୁ ତାଙ୍କୁ ବିଦା କରିଥିଲେ । ଏହାପରେ ଦୁଇ ସାଂସଦ କଳା ବ୍ୟାଚ୍ ପିନ୍ଧି ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ ।

Comments are closed.