Related Contents

ଘରେ ପଶିଲା ଡ୍ରେନ ପାଣି, ଅବସ୍ଥା ବେହାଲ ପରିସ୍ଥିତି, ବୁଲି ଦେଖିଲେ ଗୁଣୁପୁର ବିଧାୟକ ଓ ଜ଼ିଲ୍ଲାପାଳ

ରିପୋର୍ଟ: ଜ଼ିଲ୍ଲା ପ୍ରତନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୮/୦୮): ରାୟଗଡ଼ ଜ଼ିଲ୍ଲାର ଗୁଡାରି ବ୍ଲକର ଗୁଡାରି ସହର ବଂଶଧାରା ନଦୀ ଅବବାହିକାରେ ଅବସ୍ଥିତ ପ୍ରତି ବର୍ଷ ବର୍ଷା ଋତୁ ଆସିଲେ ଗୁଡାରି ବାସି ନିଜକୁ ସୁରକ୍ଷା ନ ମଣି ଆତଙ୍କିତ ଅବସ୍ଥାରେ ରୁହନ୍ତି | ଲଘୁଚାପ ଜନିତ ବର୍ଷା ଯୋଗୁଁ ଗୁଡାରି ସହରର ବ୍ରାହ୍ମୀଣ ସାହି ଲାଡୀ ସାହି ଫୁଲବଗିଚା ସାହିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି |

ବଂଶଧାରା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ନଦୀରେ ହଠାତ ବନ୍ୟା ଆସିଥିଲା | ଯଦ୍ୱାରା ଗୁଡାରି ସୁଇସ ଗେଟ ଦେଇ ବନ୍ୟା ଜଳ ଗୁଡାରି ସହର ମଧ୍ୟରେ ପ୍ରବେଶ କରିଥିଲା | ଖବର ପାଇଁ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଉପଜ଼ିଲ୍ଲାପାଳ ବି ସିଦ୍ଧେଶ୍ୱର ବଳିରାମ, ଗୁଡାରି ଏନ୍ଏ ସି ଅଧିକରୀ ଗାୟତ୍ରୀ ଦେବୀ, ଗୁଡାରିର ଯୁବ ନେତା ତଥା ସ୍ବେଛାସେବୀ ସୁବାସ ଗୌଡ଼ ଟୁନା ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ନିରାପଦ ସ୍ଥାନ ସରକାରୀ ହାଇସ୍କୁଲକୁ ସ୍ଥାନାନ୍ତରିତ କରିଥିଲେ | ଗୁଣୁପୁର ଓ ଗୁଡାରିର ଦମକଳ ବାହିନୀ ଜଳ ନିଷ୍କାସନ କାର୍ଯ୍ୟରେ ଲାଗିଥିଲେ | ଠିକ ସେହିପରି ପଦ୍ମପୁର ବ୍ଲକର ଖାମପଦର ଓ ପଦ୍ମପୁର ଅବସ୍ଥା ବେହାଲ | ଅତ୍ୟଧିକ ବର୍ଷା ଲାଗିରହିଥିବାରୁ ଖାମପଦର ନାଳ ପାଣି କାଲି ଖାମପଦର ଗ୍ରାମର ଗଙ୍ଗା ଯମୁନା ସାହିରେ ପଶି ଯାଇଥିଲା |

ବର୍ଷାଜଳ ସାହିରେ ପଶିବା ଯୋଗୁଁ ଖାମପଦର ଗ୍ରାମର ମନ୍ମଥ ଖାସ ଅନ୍ନପୂର୍ଣ୍ଣା ବଲ୍ବଭାଇ ଖଡୁ ବାଉରୀ ତରୁଣ ନାୟକ କଣ୍ଟିଆ ଶବର ପ୍ରାତପ ବେହରା ବୃଦ୍ଧା ଶବର ପ୍ରଭୁତିଙ୍କ ଘର ଭାଙ୍ଗିଯାଇଛି | ସାହିର ଲୋକଙ୍କୁ ଉଦ୍ଧାର କରି ପଂଚାୟତ କାର୍ଯ୍ୟାଳୟକୁ ନିଆଯାଇଥିଲା | ପଦ୍ମପୁର ମୁଖ୍ୟ ରାସ୍ତାର ବର୍ଷା ଜଳ ଜଗତ ଭୂଷଣ ଧାନ ମିଲରେ ପସିଥିଲା | ପଦ୍ମପୁର ନୂଆ ସାହିର ରତ୍ନମାଳା ସାହୁଙ୍କ ଘର ବର୍ଷା ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ପଦ୍ମପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ବିଶିଷ୍ଟ ବିଜେଡି ନେତା ଗୋଦାବରୀ ରାଉତ ପ୍ରଥମେ ଘଟଣା ସ୍ଥଳରେ ପହଂଚି ବିଧାୟକ ଓ ଜ଼ିଲ୍ଲାପାଳଙ୍କୁ ଜଣାଇଥିଲେ | ପରେ ବିଧାୟକ ରଘୁନାଥ ଗମାଙ୍ଗ ଜ଼ିଲ୍ଲାପାଳ ପ୍ରମୋଦ କୁମାର ବେହେରା ପଦ୍ମପୁରରେ ପହଂଚି ଘଟଣାର ଅନୁସନ୍ଧାନ କରିଥିଲେ | ବନ୍ୟା ପୀଡିତଙ୍କୁ ଖାଦ୍ୟ ପେୟର ବ୍ୟବସ୍ଥା କରିଥିଲେ |

Comments are closed.