Friday, March 29, 2024

Top 5 This Week

Related Posts

ମଜାଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୮) : ଗତକାଲି ଗଜପତି ଜିଲ୍ଲା ର କାଶୀନଗର ସହରରେ ଥିବା ହିରକ ଅପେକ୍ଷାରେ ଥିବା ମଜାଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୀ ଉତ୍ସବ ପାଳିତ ହୋଉଯାଇଛି ।

କାଶୀନଗର ସହର ର ଅତି ପୁରାତନ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ବିଦ୍ୟାଳୟ ଭାବେ ମଜାଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିଜ ଗାରିମା ରକ୍ଷା କରିଛି । ୧୯୬୬ ମସିହା ଅଗଷ୍ଟ ୨୨ ତାରିଖ ରେ ପ୍ରତିଷ୍ଠା ହୋଇଥିଲା ଏକ ଚାଲିଆ ଘରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଶ୍ରୀ ପି.ଭି. ନରସୀମହା ରାଓ ବ୍ରହ୍ମପୁର ସାଂସଦ ଥିବା ବେଳେ ଏହି ବିଦ୍ୟାଳୟ କୁ ଏକ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ ।

ତା’ପରେ ଏହି ଅନୁଷ୍ଠାନ ଟି ଆଉ ପଛ କୁ ଫେରି ଚାହିଁ ନାହିଁ । ଆଜିର ଏହି ସଭା କାର୍ଯ୍ୟକୁ ପ୍ରଧାନ ଶିକ୍ଷୟିତ୍ରୀ ଏମ. ସରିତା ପରିଚାଳନା କରିଥିବା ବେଳେ ଶ୍ରୀ ଜଗଦୀଶ କୁମାର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ କର୍ମକ୍ଷେତ୍ର ଓ ମଣିଷ ତିଆରି କାରଖାନା ବୋଲି କହିଥିଲେ ।

ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ବ୍ୟତୀତ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Popular Articles