Related Contents

ରାୟଗଡା ଜ଼ିଲ୍ଲାର ବିଭିନ୍ନ ନଦୀର ଜଳସ୍ତର କମିଲା, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀଙ୍କ ବନ୍ୟା ଅଂଚଳ ଗସ୍ତ

ରିପୋର୍ଟ: ଜ଼ିଲ୍ଲା ପ୍ରତନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୦୮/୦୮): ସମଗ୍ର ରାୟଗଡ଼ ଜ଼ିଲ୍ଲାର ନଦୀ ଗୁଡିକ କଲ୍ୟାଣୀ ନାଗବଳି ବଂଶଧାରା ନଦୀରେ ଗତ କାଲିଠାରୁ ବନ୍ୟା ପରିସ୍ଥିତି ଦେଖାଦେଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ କିନ୍ତୁ ଗତ ରାତ୍ରି ଠାରୁ ଜ଼ିଲ୍ଲାର ସବୁ ନଦୀର ଜଳସ୍ତର କମିବାରେ ଲାଗିଛି | ଯଦ୍ୱାରା ଲୋକମାନେ ନିଜକୁ ନିରାପଦ ମଣିଛନ୍ତି |

ନଦୀର ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଲାଗିରହିଥିବାରୁ ଗତ କାଲି ଜ଼ିଲ୍ଲାର ସବୁ ନଦୀ ମାନଙ୍କରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା | ସେଥିପାଇଁ ଲୋକଙ୍କୁ ଜ଼ିଲ୍ଲା ପ୍ରସାଶନ ତରଫରୁ ନିରାପଦ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇ ରନ୍ଧା ଖାଦ୍ୟ ଦିଆଯାଇଥିଲା | ଜ଼ିଲ୍ଲାପାଳଶ୍ରୀ ପ୍ରମୋଦ କୁମାର ବେହେରା ଗୁଣୁପୁର ଯାଇ ବନ୍ୟା ଅଂଚଳ ପରିସ୍ଥିତିର ସମୀକ୍ଷା କରିଥିଲେ ଓ ବନ୍ୟା ଅଂଚଳ ବୁଲିଥିଲେ | ଠିକ ସେହିପରି ପି ଡି ଡି ଆର ଡି ଏ ଶ୍ରୀ ଅମ୍ରିତ ଋତୁରାଜ ଗୁଡାରି ବନ୍ୟା ଅଂଚଳ ବୁଲି ଦେଖିଥିଲେ | ଠିକ ସେହିପରି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନାଥ ସାରକା କଲ୍ୟାଣସିଂପୁରର ବନ୍ୟା ଅଂଚଳ ପରିଦର୍ଶନ କରିଥିଲେ |

ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କାକୁ ନଜରରେ ରଖି ମନ୍ତ୍ରୀ କଲ୍ୟାଣସିଂଗପୁରର ହାଇସ୍କୁଲ ହଷ୍ଟେଲ ବଡ ବ୍ରାହ୍ମୀଣ ସାହି ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ରହୁଥିବା ଲୋକଙ୍କୁ ସାକ୍ଷାତ କରି ସମସ୍ତ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ | ନାଗବଳି ନଦୀର ବନ୍ୟା ଜଳ ବୁଡଗୁଡା ଆଶ୍ରମ ସ୍କୁଲରେ ପଶୁଥିବାର ଦେଖିବାକୁ ଯାଇଥିଲେ ଓ ଅନ୍ତେବାସୀ ଛାତ୍ର ଛାତ୍ରୀଙ୍କୁ ସମସ୍ତ ସମସ୍ୟା ବିଷୟରେ ପଚାରିଥିଲେ | ସେହିପରି ସିରିପୁର ଆଶ୍ରମ ସ୍କୁଲ ମଧ୍ୟ୍ୟ ମନ୍ତ୍ରୀ ଦେଖିବାକୁ ଯାଇଥିଲେ | ଉଭୟ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ବର୍ଷା ଦିନେ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ | ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନନ୍ଦଲାଲ ବିଶ୍ୱାଳ ମଧ୍ୟ୍ୟ ମନ୍ତ୍ରୀଙ୍କ ସହ ବନ୍ୟା ଅଂଚଳ ପରିଦର୍ଶନ କରିଥିଲେ |

Comments are closed.