Related Contents

ଖପ୍ରାଖୋଲ ବ୍ଳକ ବାକଝରଣ ଗାଁରେ ଜ୍ଵର,ଝାଡା,ବାନ୍ତିରେ ଲୋକେ ପିଡ଼ିତ, ଅଞ୍ଚଳରେ ଲୋକେ ଭୟଭୀତ

ରିପୋର୍ଟ- ଭୋଜରାଜ ବରିହା ଖପ୍ରାଖୋଲ
ଖପ୍ରାଖୋଲ(୦୭/୦୮): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ବାକଝରଣ ଗାଁରେ ଗୋଟିଏ ଦିନରେ ଲୋକ ମାନଙ୍କୁ ଜ୍ୱର,ଝାଡା,ବାନ୍ତି ରୋଗରେ ପୀଡିତ ହେବାରୁ ଗାଁରେ ଲୋକମାନଙ୍କ ମନରେ ଭୟ ଦେଖାଯାଇଥିଲା ।

ଆମ ପ୍ରତିନିଧି ଭୋଜରାଜ ବରିହା, ଖପ୍ରାଖୋଲ ବି.ଡ଼ି.ଓ ତରଣୀ ସୁନାଙ୍କୁ ଫୋନ ମାଧ୍ୟମରେ ଜଣାଇବା ପରେ ତୁରନ୍ତ ଡ଼ାକ୍ତରୀ ଦଳ ବାକଝରଣ ଗାଁକୁ ପଠାଇଥିଲେ ଏବଂ ବାକଝରଣ ଗାଁରେ ଚିକିତ୍ସା କରିଥିଲେ।ବର୍ତ୍ତମାନ ଖପ୍ରାଖୋଲ ଚିକିତ୍ସାଲୟରେ ଅକ୍ଷୟ ବାଗ, ବିଳାସିନୀ ମାଝୀ, ଯାଦବ ବରିହା, ଭଗବତୀ ମାଝୀ ଚିକିତ୍ସିତ ହେଉଥିବାବେଳେ ଡାକ୍ତର ପ୍ରହ୍ଲାଦ ମେହେର କହିବା ଅନୁଯାୟୀ ବାକଝରଣ ଗାଁରେ ଲୋକଙ୍କୁ ସାଧାରଣ ଜ୍ୱର ହେଉଛି ବୋଲି ଜଣାଇଛନ୍ତି |

Comments are closed.