ଭାରତୀୟ ଜନତା ପାର୍ଟି ତରଫରୁ ମିଷ୍ଟାନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ରିପୋର୍ଟ: ମାନସ ରଞ୍ଜନ ହୋତା
ବୋରିଗୁମ୍ମା(୦୬/୦୮): ବୋରିଗୁମ୍ମା ଥାନା ସମ୍ମୁଖରେ ଭାରତୀୟ ଜନତା ପାର୍ଟି ତରଫରୁ ମିଷ୍ଟାନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |

ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ବିଷୟ ସାରା ବିଶ୍ୱରେ ଚର୍ଚିତ ହୋଇଛି | ଚଳିତ ବିଧାନସଭା ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟଙ୍କ ପରିଚାଳନାରେ ମିଷ୍ଟାନ ବଣ୍ଟନ ହେବା ସହ ବୋରିଗୁମ୍ମା ବ୍ଲକର ଗୁଜୁନିଗୁଡା,ସେମଲାଗୁଡା,ବେଣାସୁର ଆଦି ପଂଚାୟତ ରେ ନୂତନ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକାରୀ ହୋଇଥିଲା | ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଶ୍ରୀ ଗୌତମ ସାମନ୍ତରାୟଙ୍କ ସହ ବୋରିଗୁମ୍ମା ବ୍ଲକ ପ୍ରଭାରୀ ବିଘ୍ନ ଷଡଙ୍ଗୀ, ନିହାର ରଞ୍ଜନ ଶତପଥୀ, ସୁଦାମ ପାଣିଗ୍ରାହୀ, ବିଜୟ କୁମାର ସାହୁ ଏବଂ ଜୟପୁରରୁ ଅଜିତ୍ ପାତ୍ର ଓ ଜଗମୋହନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.