Friday, March 29, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ବନ୍ୟା ଅଞ୍ଚଳରେ ଗୋ-ଦାନା ବଣ୍ଟନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୩/୦୮) : ବୌଦ୍ଧ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ବନ୍ୟା ଅଞ୍ଚଳରେ ଗୋ-ଦାନା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଧନଜୀବନ ନଷ୍ଟ ହୋଇଛି ।

ବନ୍ୟା ପାଣି ଯେତିକି କମୁଛି ଚାଷୀ ର ଚିନ୍ତା ସେତିକି ବଢ଼ି ବଢ଼ି ଚାଲିଛି । ବନ୍ୟାରେ ଚାଷ ଜମି ବୁଡି ଧାନ ଚାଷ ଉଜୁଡି ଯାଇଛି ଓ ଗୋଚର ଜମି ପାଣିରେ ବୁଡି ପଙ୍କ ଓ ବାଲିରେ ବୁଡି ରହିଛି ଯାହା ଦ୍ଵାରା ଗୋରୁଗାଈ ଖାଇବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ଅନେକ ସ୍ଥାନରେ ଗାଈ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ଏ ନେଇ ବୌଦ୍ଧ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ହରଭଙ୍ଗା ବ୍ଲକ ର ବ୍ଲକ ଚିକିତ୍ସାଧିକାରୀ ଡ଼. ପୁଷ୍ଟିଙ୍କ ତତ୍ଵାବଧାନରେ କୁସଙ୍ଗ, ଧଳପୁର, ହରଭଙ୍ଗା, ବୀରନରସିଂହପୁର ଠାରେ ଗୋ-ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି ।

ଏହି କାର୍ଯ୍ୟକ୍ରମରେ ଧଳପୁର ପ୍ରାଣୀଧନ ନିରୀକ୍ଷକ, ନାରାୟଣ ବାରିକ, କୁସଙ୍ଗ, ହରଭଙ୍ଗା, ବିରନରସିଂହପୁର ପ୍ରାଣୀଧନ ନିରୀକ୍ଷକ ଉପସ୍ଥିତ ରହି ଉପଯୁକ୍ତ ଗୋ-ଚାଷୀ ଙ୍କୁ ଗୋ-ଖାଦ୍ୟ ବଣ୍ଟନ କରିଥିଲେ ।

Popular Articles