ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୨/୦୮) : ହରଭଙ୍ଗା ବ୍ଲକରେ ବନ୍ୟା ଅଞ୍ଚଳ ର ସ୍ଥିତି ଏବେବି ଗମ୍ଭୀର ରହିଛି । ଧୀରେଧୀରେ ବନ୍ୟା ପାଣି ବନ୍ୟା ପ୍ଲାବିତ ଗ୍ରାମ ଗୁଡିକରେ ବନ୍ୟା ପାଣି କମୁଥିବା ବେଳେ ଏବେ ବି ବହୁ ଗ୍ରାମ ଯଥା ମରଡା, କୁମାରୀ, ଅତଲସରା ତିରଡ଼, ହରଭଙ୍ଗା, ପାଣିଘରା ଖଣ୍ଡିଧଲପୁର, କୃଷ୍ଣମୋହନ, ପୁର ସଦଲଗଣ୍ଡା, ଧଳପୁର ଅଦି ଗ୍ରାମ ଗୁଡିକ ପାଣି ଘେରରେ ରହିଛି ।
ଚିନ୍ତା ବଢାଉଛି ଆସିଥିବା ଲଘୁଚାପ ବର୍ଷା । ଗତକାଲି ଏହି ସବୁ ଅଞ୍ଚଳରେ ବର୍ଷା ଲାଗି ରହିଛି । ତଳେ ବନ୍ୟାଜଳ ପ୍ରଭାବିତ ହେଇଥିବାବେଳେ, ଉପରୁ ବର୍ଷା ଲୋକଙ୍କ ପାଇଁ କାଳ ସାଜିଛି । ପାଣି ଘେରରେ ଥିବା ଲୋକଙ୍କ ଦୁର୍ଦ୍ଦଶା ଜାରି ରହିଥିବାବେଳେ ପୁଣି ଚିନ୍ତା ବଢାଉଛି ବର୍ଷା ଓ ବନ୍ୟା । ବର୍ଷା ଯୋଗୁଁ ଚୁଲି ଠାରୁ ଆରମ୍ଭ କରି ଚାଷ କାର୍ଯ୍ୟ ନଳ କୂଅ ଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ସବୁ ଲୁଚି ଯାଇଛି ପାଣି ଭିତରେ । ଏବେ ବି ବୌଦ୍ଧ ଜଗନ୍ନାଥ ରୋଡ ଉପରେ ୮ ଫୁଟ ର ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହେଇଛି ।
୧- ବନ୍ୟାରେ ଧୋଇଗଲା ବିଜୁ ସେତୁ
ମହାନଦୀ ବନ୍ୟାରେ ହରଭଙ୍ଗା ଜଗନ୍ନାଥ ସଡକ ଉପରେ ହରଭଙ୍ଗା ଅତଳସରା ରାସ୍ତାରେ କୁଶାସିଙ୍ଗ ବିଜୁ ସେତୁ ଅପ୍ରଚ ରାସ୍ତା ବନ୍ୟାରେ ଧୋଇ ହୋଇଯାଇଛି । ଏହି ସେତୁ ଉପରେ ନିର୍ଭର କରିଥିବା ହରଭଙ୍ଗା କୁଶଙ୍ଗ ତଲଗା ମହାଳିକପଡା ଆଦି ୪ ଗୋଟି ପଞ୍ଚାୟତବାସୀ ଏହାରି ଉପରେ ନିର୍ଭରଶୀଳ । ରାସ୍ତା ଧୋଇ ହେଇଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହେଇଛି ।
ସେହିପରି ବନ୍ୟା ଓ ଲଗାଣ ବର୍ଷାରେ ବ୍ଲକରେ ୨୦୦ ରୁ ଉର୍ଦ୍ଧ୍ୱ ଭାଙ୍ଗିଯାଇଥିବା କଚା ଘରେ ରହୁଥିବା ବିପନ୍ନଙ୍କୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ ପଲିଥିନ ଖଣ୍ଡେ । ହରଭଙ୍ଗା ବ୍ଲକ୍ ଆଜିକୁ ସାତ ଦିନ ଧରି ପାଣି ଘେରରେ ଥିବା ବିପନ୍ନ ମାନଙ୍କୁ ରିଲିଫ ନମିଳିବାରୁ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଥାଉ କି ଗତ ଗୁରୁବାର ଦିନ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବୌଦ୍ଧ ଜିଲ୍ଲାରେ ପାଣି ଘେରରେ ଥିବା ବିପନ୍ନଙ୍କୁ ସାତ ଦିନ ରିଲିଫ ପାଇଁ ଘୋଷଣା କରିଥିଲେ ହେଲେ ଘୋଷଣା ହେବାର ୪ ଦିନ (୧୦୬) ଘଣ୍ଟା ବିତିଯାଇଥିଲେ ସୁଦ୍ଧା ରିଲିଫ ନମିଳିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛନ୍ତି । ଜିଲ୍ଲା ର ପ୍ରଶାସନିକ ପକ୍ଷରୁ ତୁରନ୍ତ ସହାୟତା ଯୋଗେଇ ଦବାକୁ ଦାବି ହେଇଛି ।