Related Contents

ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ

ରିପୋର୍ଟ – ଜଗନ କୁମାର ସେଠୀ
ଗଞ୍ଜାମ(୦୭/୦୮): ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ମଠସରସିଙ୍ଗୀ ଠାରୁ ପୁରୁଷୋତ୍ତମପୁର ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କରେ ପ୍ରତିଦିନ ଶହ ଶହ ସଂଖ୍ଯାରେ ବସ୍, ଦୁଇ ଚକିଆ ଓ ତିନି ଚକିଆ ଯାନ ଚଳାଚଳ ହେଉଥିବା ବେଳେ ୨ଦିନ ଧରି ହୋଇଥିବା ଲଗାଣ ବର୍ଷା ହୋଇଛି |

ଏହା ଯୋଗୁଁ ରାସ୍ତାର ଶିକୁଳା ପୂର୍ବରୁ ଥିବା ଏକ ପୋଲ ନିକଟରେ ବର୍ଷା ପାଣି ଧସେଇ ରାସ୍ତା ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି । ଫଳରେ ବହୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଉକ୍ତ ରାସ୍ତାରେ ଆଖପାଖ ଅଞ୍ଚଳରୁ ଲୋକମାନେ କୋଦଳା ଓ ପୁରୁଷୋତ୍ତମପୁର ବଜାରକୁ ଯିବା ଅସମ୍ଭବ ହୋଇ ପଡିଛି । ପୂର୍ବରୁ ଏହି ରାସ୍ତା ନିର୍ମାଣରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ନିମ୍ନମାନର କାମକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ ।

Comments are closed.