ଲଗାଣ ବର୍ଷାରେ ଅସ୍ଥାୟୀ କଲଭର୍ଟ ଧୋଇଗଲା,କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଛିନ୍ନ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୭/୮): ସାରା ରାଜ୍ୟରେ ଲାଗିରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳ । ରବିବାର ରାତ୍ରି ରୁ ଲଗାଣ ବର୍ଷା ହେବା ଫଳରେ ମଙ୍ଗଳ ବାର ସକାଳୁ ବାଲିଗୁଡା ବ୍ଲକ୍ ବାଟାଗୁଡା ୫୯ନଂ ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଉପରେ ଚାଲିଛି ପ୍ରବଳ ପାଣି ଯାହାକି,ଯାତାୟାତ ରେ ଘୋର ଅସୁବିଧା ହୋଇଛି ।

ସେପଟେ ଲଗାଣ ବର୍ଷାରେ ପୁଣି ଧୋଇଗଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସିମାନ୍ତ ୫୯ନଂ ଜାତୀୟ ରାଜପଥ ର ମଣ୍ଡଳପଦର ନିକଟ ଅସ୍ଥାୟୀ ଡାଇଭର୍ସନ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହଶହ ଗାଡ଼ି ।କଳାହାଣ୍ଡି- କନ୍ଧମାଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିଥିବାବେଳେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।ସେହିପରି କୋଟଗଡ ଓ ତୁମୁଡ଼ିବନ୍ଧ ବ୍ଲକରେ ସିରଲା ପଂଚାୟତ ରେ ପୋଲ ଧୋଇ ଯିବାରୁ ଯିବା ଆସିବା ଅସୁବିଧା ହୋଇଛି ଲଗାଣ ବର୍ଷା ଯୋଗୁଁ କୋଟଗଡ ବ୍ଲକ ର କୁଟିଗୁଡା ରାସ୍ତା ଧୋଇ ଥିବାବେଳେ ମାଡ଼ାଗୁଡ଼ା ପଂଚାୟତ ର କଦଳୀବନ୍ଧ ରୁ ବୁଡ଼ାଗୁଡା ରାସ୍ତା ନଷ୍ଟ ହୋଇଛି. ଲଗାଣ ବର୍ଷା ହେବା ଯୋଗୁଁ କନ୍ଧମାଳ ଜିଲ୍ଲା ରେ ଗମନା ଗମନା ରେ ଲୋକଙ୍କୁ ବିଭିନ୍ନ ଅଂଚଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

Comments are closed.