ଘୋଡାଧାର ଗ୍ରାମ ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ୪ଜଣଙ୍କୁ କୋର୍ଟ ଚାଲାଣ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୦୭/୦୮): ବିନିକା ଥାନା ମହାଦେବପାଲି ଫାଣ୍ଡି ଅଧୀନ ଘୋଡାଧାର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ୨ଟି ପରିବାର ମଧ୍ୟରେ ଲାଗିରହିଥିବା ପୂର୍ବ ଶତ୍ରୁତାକୁ ନେଇ ଯୋଜନା ବଦ୍ଧ ଭାବେ ଗତ ୪ତାରିଖ ରାତିରେ ଘଟିଥିବା ହତ୍ୟାକାଣ୍ଡ ରେ ସଂଶ୍ଲିଷ୍ଟ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରି ଆଜି ବିନିକା କୋର୍ଟକୁ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଏସଡ଼ିପିଓ ମିହିର କୁମାର ପଣ୍ଡା |

ସୂଚନା ଯୋଗ୍ୟଯେ ଗତ ୪ତାରିଖ ରାତିରେ ଘୋଡାଧାର ଗ୍ରାମର କାଟିଆ ଲୁହ ଓ ଦୁର୍ଯ୍ୟୋଧନ ଭୁଏନା ପରିବାର ମଧ୍ୟରେ ଜମିବାଡ଼ି ମାମଲାକୁ ନେଇ ପୂର୍ବରୁ ଶତ୍ରୁତା ଲାଗିରହିଥିଲା | ଗତ ୪ତାରିଖ ଏହି ମାମଲାକୁ ନେଇ ଉଭୟ ପକ୍ଷ ମହାଦେବପାଲି ଫାଣ୍ଡିକୁ ଯାଇ ନିଜ ନିଜର ଅଭିଯୋଗ କରିଥିଲେ ଓ ଆଲୋଚନା ମଧ୍ୟ କରିଥିଲେ | ଏ ଆଲୋଚନାରେ ଅସନ୍ତୋଷ ହୋଇ ଦୁର୍ଯ୍ୟୋଧନ ର ପରିବାର ଓ ସମ୍ପର୍କୀୟ ଫେରି ଆସି ବାଟରେ ଜଗିରହିଥିଲେ | ପରେ ରାତିରେ କାଟିଆ ଲୁହା, ନିଜ ପୁଅ ଓ ସ୍ତ୍ରୀ ସହ ମଟର ସାଇକେଲରେ ଫେରୁଥିବା ସମୟରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରି ଘଟଣା ସ୍ଥଳରେ କାଟିଆ ଲୁହାର ସ୍ତ୍ରୀ ପରମେଶ୍ୱରୀ ଲୁହାକୁ ମାରିଦେଇଥିଲେ | ଏ ଆକ୍ରମଣରେ ବାପା ଓ ପୁଅ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନା ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା | ଏ ଘଟଣାରେ ସଂଶ୍ଲିଷ୍ଟ ଉକ୍ତ ଗ୍ରାମର ଦୁର୍ଯ୍ୟୋଧନ ଭୁଏନା, ନରହରି ଭୁଏନା, ସୋନପୁର ଧୁଉରାଖମନ ଗ୍ରାମର ପ୍ରହଲ୍ଲାଦ ବିଭାର, ସୀତା ବିଭାର କୁ ପୋଲିସ ଗିରଫ କରି ଆଜି ବିନିକା କୋର୍ଟ କୁ ଚାଲାଣ କରିଛି | ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡା, ୨ଟି ବାଇକ, ଏକ ମୋବାଇଲ ଇତ୍ୟାଦି ଜବତ କରିଛି ପୋଲିସ | ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ଜଣ ଏବେ ବି ଫେରାର ଅଛନ୍ତି |

Comments are closed.