Friday, March 29, 2024

Top 5 This Week

Related Posts

ବନ୍ୟା ପାଣି ଘେରରେ ଲୋକ ହନ୍ତସନ୍ତ

ରିପୋର୍ଟ : ସୁଭାସିସ ନାୟକ
ପୁରୀ/ଭୁବନେଶ୍ୱର, (୨୨/୦୮) : ବନ୍ୟା ପାଣି ଘେରରେ ଲୋକ ହନ୍ତସନ୍ତ । ମାଟି ଘର ଭୁଶୁଡି ପଡିଛି, ଛାତ ଘରେ ପାଣି ପଶି ସବୁ ମୂଲ୍ୟହୀନ ଠୁ ମୂଲ୍ୟବାନ ଜିନିଷ ଧୋଇ ହୋଇଯାଇଛି ଏଥିପାଇଁ ଘରେ ଘରେ କ୍ଷତି ।WhatsApp Image 2022 08 22 at 11.45.00 AM ବନ୍ୟା ପାଣି ଘେରରେ ଲୋକ ହନ୍ତସନ୍ତ

ଛାତ ଉପରେ ଆଶ୍ରୟ ନେଉଛନ୍ତି ଖରା ବର୍ଷା ଖାଇ, ଚାଷୀ ଋଣ ଭାରକୁ ପରିବାର ପୋଷଣ ପାଇଁ ଚିନ୍ତିତ, ଚାଷୀ ପୁଅ ଓ ଝିଅ ର ପାଠ ପଢା ନାମଲେଖା ବାବଦକୁ ଶୁଳ୍କ ଦେବାକୁ ଚିନ୍ତାରେ ଚାଷୀ, ପାନୀୟ ଜଳ ନାହିଁକି, ଖାଇବାକୁ ରିଲିଫ ପହଞ୍ଚି ନାହିଁ, ମହିଳା ଙ୍କ ପାଇଁ ସାନିଟାରୀ ପ୍ୟାଡ଼ ର ଅସୁବିଧା ଏତେ ସବୁ ଅସୁବିଧାରେ ଘାଣ୍ଟି ହେଉଛନ୍ତି ପ୍ରତ୍ୟେକ ଟି ବନ୍ୟା ପାଣି ଘେରରେ ଫସି ରହିଥିବା ପରିବାର ।

ନା ସରକାର କିମ୍ବା ପ୍ରଶାସନ ଆଜିକି ୪ ଦିନରୁ ଉର୍ଦ୍ଧ୍ୱ ଦିନ ବିତିଲାଣି ହେଲେ ସମୀକ୍ଷା ର ଅନ୍ତ ଘଟୁନି କି କାହାରି ନିଦ ଭାଙ୍ଗୁନି । ଧନ୍ୟବାଦ ଦେବୀ ସମସ୍ତ ସଂଗ୍ରାମୀ ବିଶେଷ ସଂଗଠନ ଓ ଏନ.ଜି.ଓ. ର କର୍ମକର୍ତ୍ତା ହୁଅନ୍ତୁ କି ଆଜି ପୁରୀ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ଏକାଠି ହୋଇ ଅସୁବିଧାରେ ଥିବା ଲୋକଙ୍କ ପାଇଁ ରିଲିଫ ପହଞ୍ଚେଇବାରେ ସହଯୋଗ କରିଥିବାରୁ ଆଜି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ ରାହାଙ୍ଗଗୋରଡା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମରେ ରିଲିଫ ବଣ୍ଟନ ହେଲା ଏବଂ ଲୋକ ନିଜର ମତରେ ଧନ୍ୟବାଦ ଦେଲେ ।

କିନ୍ତୁ ଦୁଃଖ ର ବିଷୟ ସ୍ଥାନୀୟ ନେତା ମାନେ ଦଳଗତ ପାର୍ଥକ୍ୟକୁ ନେଇ ରିଲିଫ ବାଣ୍ଟିବାରେ ଅସହଯୋଗ କରୁଛନ୍ତି କାରଣ ଆମେ ଲୋକଙ୍କ ଅସୁବିଧା ବୁଝୁଥିଲୁ ଏବଂ ଲୋକ କହୁଥିଲେ ଯେ ସ୍ଥାନୀୟ ବିଧାୟକ ବା ମନ୍ତ୍ରୀ ଆସିଥିଲେ ନାଲିଆ ଲାଇଫ ଜ୍ୟାକେଟ ପିନ୍ଧି ହେଲେ ଆଣିନଥିଲେ ସାଙ୍ଗରେ ରିଲିଫ ପାକେଟ ଟିଏ । ଗ୍ରାମବାସୀ କହୁଥିଲେ ଶୌଚ ଓ ପାନୀୟ ଜଳ ର ଘୋର ଅଭାବ ବାବୁ ମନ୍ତ୍ରୀ କହୁଥିଲେ ଟିକେ କଷ୍ଟ ସାହିଯାଅ, ଲୋକ ପଚାରିଥିଲେ ଆଉ କେତେଦିନ ଏମିତି ରାଜ୍ୟରେ ବନ୍ୟା ପରିସ୍ଥିତି ହେଉଥିବା ଆଉ ଆମ ବିଧାନସଭା କ୍ଷେତ୍ରରେ ଆମେ ହନ୍ତସନ୍ତ ହୋଉଥିବୁ ଆଂଜ୍ଞା କୁହନ୍ତୁ ।

ହେଲେ ଉତ୍ତର ନାହିଁ ଚୁପ ହୋଇ ପଳାୟନ କରୁଛନ୍ତି ନେତାଏ । ଲୋକେ ପଚାରୁଛନ୍ତି କାହିଁକି ଏତେ ଡିପାର୍ଟମେଣ୍ଟ କରିଛନ୍ତି ଯଦି ଜଳସେଚନ ବିଭାଗ ବର୍ଷା ପୂର୍ବରୁ ନଦୀ ବନ୍ଧ ସୁରକ୍ଷା ପ୍ରତି ଯତ୍ନବାନ ହଉନି । ଲୋକେ ପଚାରୁଛନ୍ତି କାହିଁକି ଆଂଜ୍ଞା ଓଡ଼ିଶାରେ ଆହୁରି ଅନେକ ଡ୍ୟାମ ପ୍ରସ୍ତୁତ କରି ବନ୍ୟା ନିୟନ୍ତ୍ରଣ କରୁ ନାହାଁନ୍ତି ହେଲେ ସରକାରୀ ଦଳ ନେତା ଓ କେନ୍ଦ୍ରୀୟ ଦଳ ର କଥାକୁହା ନେତା ୨ ଦଳ ଭାଇ ଭାଇ ହୋଇ ସେ ତା ନାମରେ ପାରି ହଉଛି ଆଉ ଜଣେ ଅନ୍ୟକୁ କହୁଛି । ଜନତା କେବଳ ଦେଖେଁଣାହାରୀ ।

ଆଜି ଓଡ଼ିଶା ସରକାର ୧ ନମ୍ବର କିନ୍ତୁ ଆମେ ଆଜି ବନ୍ୟା ର ବାସ୍ତବତା ସ୍ଥଳକୁ ଯାଇ ଯେତେବେଳେ ଦେଖିଲୁ ସେତେବେଳେ ଚିନ୍ତା କଲୁ କି ବିଜେଡି ମୁଖ୍ୟମନ୍ତ୍ରୀ ଓ ନବୀନ ବାବୁ ଆକାଶ ମାର୍ଗରୁ ଉଡ଼ନ୍ତା ପକ୍ଷୀ ହୋଇ ଖାଲି ଦେଖିଦେଲେ ହେଲେ ଲୋକଙ୍କ ପ୍ରକୃତ ଅସୁବିଧାକୁ ହୃଦୟଙ୍ଗମ କରିପାରିଲେନି । ଏହା ବଡ ଦୁଃଖ ର କଥା ଆଜି କଂଗ୍ରେସ ତରଫରୁ ନିମାପଡା ଓ ଗୋପ ନିର୍ବାଚନ ମଣ୍ଡଳୀ ର ନେତା ଭାଗିରଥି ସେନାପତି ସରକାର ଓ ପ୍ରଶାସନକୁ ତାଗିଦ କରି କହିଛନ୍ତି ତୁରନ୍ତ ପ୍ରତ୍ୟକ ଚାଷୀକୁଳକୁ ୧୦ ହଜାର ଲେଖାଏଁ କ୍ଷତି ପୂରଣ ପ୍ରଦାନ କରି ପରିବାର ପୋଷଣ ପାଇଁ ସାହାଯ୍ୟ କରାଯାଉ ।WhatsApp Image 2022 08 22 at 11.45.14 AM ବନ୍ୟା ପାଣି ଘେରରେ ଲୋକ ହନ୍ତସନ୍ତ

ସେହିଭଳି ପୁରୀ ଜିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ କହିଛନ୍ତି କି ନେତା ବନ୍ୟାରେ ବୁଲି ଫୋଟୋ ଛାଡିବା ବନ୍ଦ କରି କେମିତି ରିଲିଫ ପହଞ୍ଚିବ, କେମିତି ମହିଳାଙ୍କ ଶୌଚ ଓ ସାନିଟାରୀ ପ୍ୟାଡ଼ ର ସୁରକ୍ଷା ହେବ, ପାନୀୟ ଜଳ ଅତ୍ୟଧିକ ମାତ୍ରାରେ ପହଞ୍ଚିବ, ଡାକ୍ତରୀ ଟିମ ପ୍ରତ୍ୟକ ଗ୍ରାମକୁ କିଭଳି ଦିଆଯିବ ଏହାର ବ୍ୟବସ୍ଥା ପ୍ରଶାସନ ଓ ସରକାର କରନ୍ତୁ ।

ଛାତ୍ର କଂଗ୍ରେସ ପୁରୀ ଜିଲ୍ଲା ସଭାପତି ଆଶୁତୋଷ ମିଶ୍ର ଦାବି କରିଛନ୍ତି ବନ୍ୟା ଘେରିରେ ଥିବା ଚାଷୀ କୁଳ ର ଋଣ ଛାଡ କରିବା ସହ ଚାଷୀ ପରିବାରରେ ପାଠ ପଢ଼ୁଥିବା ଛାତ୍ର ଓ ଛାତ୍ରୀଙ୍କର ନାମଲେଖା ଶୁଳ୍କକୁ ସମ୍ପୂର୍ଣ୍ଣ ମାଗଣା କରାଯାଉ ।

ଆଜି ଏହି କଂଗ୍ରେସ ତରଫରୁ ରିଲିଫ କାର୍ଯ୍ୟରେ ନିମାପଡ଼ା ନିର୍ବାଚନୀ ମଣ୍ଡଳୀ ର ନେତା ଭାଗିରଥି ସେନାପତିଙ୍କ ସହଯୋଗ କ୍ରମେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ପୁରୀ ବିଧାନସଭା ସଦର କଂଗ୍ରେସ ନେତା ଆଦିତ୍ୟ କୁମାର, ବିଜୟ ସେନାପତି, ଶିବ ପ୍ରଧାନ ଓ ଛାତ୍ର କଂଗ୍ରେସ ର ପୁରୀ ଜିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଜିଲ୍ଲା ଉପ-ସଭାପତି ରୀଶାନ ଦାଶ, ପୁରୀ ବିଧାନସଭା ସଭାପତି ଅଗସ୍ତିନ ଜୋସେଫ, ଜିଲ୍ଲା ସାଧାରଣ ସମ୍ପାଦକ ଆଲୋକ ପଲେଇ, ଜିଲ୍ଲା ଉପ-ସଭାପତି ଲକ୍ଷ୍ମୀଧର ସେଠୀ, ଜିଲ୍ଲା ସମ୍ପାଦକ ଜଗଦୀଶ ରାଉତଙ୍କ ସହ ଶତାଧିକ କର୍ମୀ ଆଜି ଗୋପ ବ୍ଲକ ଅନ୍ତର୍ଗତ ରାହାଙ୍ଗଗୋରଡା ପଞ୍ଚାୟତର ଅନେକ ଗ୍ରାମରେ ପାଖାପାଖି ୧୦୦୦ ରୁ ଉର୍ଦ୍ଧ୍ୱ ରିଲିଫ ପାକେଟ ସମସ୍ତଙ୍କ ସହଯୋଗ କ୍ରମେ ବଣ୍ଟନ କରାଯାଇଥିଲା ।

Popular Articles