Advertisements
Friday, June 5, 2020
Home Government News ଅଙ୍ଗନୱାଡି କେନ୍ଦ୍ରରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

ଅଙ୍ଗନୱାଡି କେନ୍ଦ୍ରରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୦୭/୦୮): ମୁରିବାହାଲ ବ୍ଲକ ଅନ୍ତର୍ଗତ ବାଙ୍କେଲ ପଞ୍ଚାୟତର ଦେଭୂଇଁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଠାରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଙ୍କେଲ ସେକ୍ଟର କ୍ଷେତ୍ରପରିଦର୍ଶିକା ନଳିନି ବେହେରା ଯୋଗ ଦେଇଥିଲେ |

ଅଙ୍ଗନୱାଡି କର୍ମୀ ବନିତା ଭୋଇ, ସ୍ପ୍ରେଡ଼ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ସଂଯୋଜକ ଫକୀର ଚରଣ ରାଉତ, ବ୍ଲକ ସଂଯୋଜକ କୀର୍ତ୍ତି ଚନ୍ଦ୍ର ସମରଥ, ଗ୍ରାମ ପଞ୍ଚାୟତ ସଂଯୋଜକ ଗୋପାକିଶୋର ଶାନ୍ତ ଓ ସମୀକ୍ଷା ସାଥି ରତନ ପାଣ୍ଡେ ଓ ହୀରା ନାଗ ବିଶ୍ବ ସ୍ତନ୍ୟପାନ ଦିବସରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ | ପରେ ରାଲି କରି ଗାଁ ପରିକ୍ରମା କରିଥିଲେ । ଅଙ୍ଗନୱାଡିର କିଛି କର୍ମୀ ହାତରେ ଫ୍ଲାଗକାଡ଼ରେ ବିଭିନ୍ନ ସ୍ଲୋଗାନ ଧରି ଚାଲିଚାଲି ଯାଉଥିବା ବେଳେ କିଛି କର୍ମୀ “ଜନ୍ମ ପରେ ଶିଶୁକୁ ଦିଅ ମାଁ କ୍ଷୀର, ମାଁ କ୍ଷୀର ରୋକି ଥାଏ ଶିଶୁ ମୃତ୍ୟୁ ହାର” ପରି ବିଭିନ୍ନ ସ୍ଲୋଗାନ ନାରା ଦେଇ ଲୋକଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି | ଗ୍ରାମବାସିଙ୍କୁ ମାଁ କ୍ଷୀରର ମହତ୍ୱ ବିଷୟରେ ସଚେତନ କରିବା ଦ୍ୱାରା ଶିଶୁ ମୃତ୍ୟୁ ହାର କମିବ ବୋଲି ଆୟୋଜକ ସୂଚନା ଦେଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: