ସବରେଜେଷ୍ଟ୍ରି କାର୍ଯ୍ୟାଳୟ ଓ ତହସିଲ କ୍ଵାଟର ସମ୍ମୁଖରେ ବର୍ଷା ପାଣି

0
144
ସବରେଜେଷ୍ଟ୍ରି କାର୍ଯ୍ୟାଳୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୨/୮) : ବିନିକା ସବରେଜେଷ୍ଟ୍ରି କାର୍ଯ୍ୟାଳୟ ସମେତ ତହସିଲ କ୍ଵାଟର ସମ୍ମୁଖରେ ବର୍ଷା ପାଣି ଜମି ରହୁଥିବାରୁ ଲୋକେ ଯିବା ଆସିବାରେ ଅସୁବିଧା ହେଉଥିବା ବେଳେ ମଶାଙ୍କ ବଂଶ ବିସ୍ତାର ବୃଦ୍ଧି ପାଉଛି ।WhatsApp Image 2022 08 22 at 11.43.17 AM ସବରେଜେଷ୍ଟ୍ରି କାର୍ଯ୍ୟାଳୟ ଓ ତହସିଲ କ୍ଵାଟର ସମ୍ମୁଖରେ ବର୍ଷା ପାଣି

ଯାହା ଫଳରେ ଏଠାକୁ ଆସୁଥିବା ଓ କ୍ଵାଟରରେ ରହୁଥିବା ଲୋକେ ମଶାଙ୍କ ପ୍ରାଦୁର୍ଭାବ ଯୋଗୁଁ ରହି ପାରୁନାହାଁନ୍ତି । ଅପର ପକ୍ଷ୍ୟରେ ଏଥି ଯୋଗୁଁ ଏଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଉଛି । ସବରେଜେଷ୍ଟ୍ରି କାର୍ଯ୍ୟାଳୟ ପାଇଁ ସ୍ଥାୟୀ ଗୃହ ନ ଥିବାରୁ ଅତିରିକ୍ତ ତହସିଲଦାର ଙ୍କ ସରକାରୀ କ୍ଵାଟରରେ ସବ ରେଜେଷ୍ଟ୍ରି ଆଫିସ ଚାଲୁଛି । ଦୀର୍ଘ ଦିନ ହେଲାଣି କ୍ଵାଟର ଗୁଡିକର ମରାମତି ଅଭାବରୁ ବର୍ଷା ହେଲେ ପାଣି ଗଲୁଥିବା ଅଭିଯୋଗ ହେଉଛି । ପ୍ରବଳ ବର୍ଷା ହେଲେ ଡ୍ରେନ ପାଣି ମଧ୍ୟ ଏଠାକୁ ବାହାରି ଆସିଥାଏ ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।