Advertisements
Friday, June 5, 2020
Home headline ବିଷମକଟକ ପୋଲିସ ଓ ଜିଲ୍ଲା ପ୍ରଶାସନ ତଥା ଜନସାଧାରଣଙ୍କ ଉଦ୍ୟମରେ ଗୁଣି ଗାରେଡି ଘଟଣାର ସମାଧାନ

ବିଷମକଟକ ପୋଲିସ ଓ ଜିଲ୍ଲା ପ୍ରଶାସନ ତଥା ଜନସାଧାରଣଙ୍କ ଉଦ୍ୟମରେ ଗୁଣି ଗାରେଡି ଘଟଣାର ସମାଧାନ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୦୭/୦୮): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡୁମୁନେଲି ପଞ୍ଚାୟତର ଚେଙ୍ଗିଲି ଗ୍ରାମର ଲାଛିମି ଉର୍ଲକାଙ୍କ ପରିବାରକୁ ଗୁଣିଆ ସନ୍ଦେହରେ ଗ୍ରାମରୁ ଦୁଇମାସ ତଳେ ବାହାର କରିଦେଇଥିଲେ | ତାଙ୍କ ପରିବାର ବିଷମ କଟକ ଥାନାରେ ଏଫ ଆଇ ଆର ରୁଜୁ କରିବାରୁ ବିଷମକଟକ ପୋଲିସ ତପ୍ତରତା ଦେଖାଇଲେ |

ଏଇଟା ଗୁଣିଆ ନୁହେଁ ଅନ୍ଧ ବିଶ୍ଵାସ ବୋଲି ଗ୍ରାମର ଲୋକଙ୍କୁ ବୁଝେଇଥିଲେ କିନ୍ତୁ ଗ୍ରାମର ଲୋକ ଲାଛିମି ପରିବାରକୁ ଗ୍ରାମ ପ୍ରବେଶ କରିବାକୁ ମନା କଲେ କାରଣ ଲାଛିମି ଜଣେ ଖଳ ପ୍ରକୁତି ଲୋକ | ଲାଛିମି ଗାଁ ଲୋକଙ୍କ ମତ ଶୁଣି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଗୁହାର କରିଥିଲେ | ଜିଲ୍ଲାପାଳ ବିଷମକଟକ ମାଜିଷ୍ଟ୍ରେଟ ସୁଭେନ୍ଦୁ ଜେନାଙ୍କ ନେତୃତ୍ଵରେ ଚନ୍ଦ୍ର ଶେଖର ହୋତା ଏସ ଡି ପି ଓ ବିଷମକଟକ, ଆଇ ଆଇ ସି ବିଷମକଟକ, ଡୁମୁରୁନେଲି ସରପଞ୍ଚ ଗ୍ରାମ ସେବକ ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର ଦାସ ଉପସ୍ଥିତ ରହି ଚେଙ୍ଗିଲି ଗ୍ରାମର ଲୋକଙ୍କ ସହ ଲାଛିମିଙ୍କ ପରିବାରକୁ ମିଶାଇଥିଲେ | ଗୋଟିଏ ସର୍ତ ରଖିଲେ, କୌଣସି କାରଣ ଯଦି ଗ୍ରାମଲୋକ ଓ ଲାଛିମି ପରିବାର ଗହଳି ହୁଏ ଉଭୟ ପକ୍ଷକୁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମାଜିଷ୍ଟ୍ରେଟ ଆଦେଶ ଦେଇଥିଲେ ଓ ଉଭୟ ପକ୍ଷ ମଧ୍ୟ ମିଳିମିଶି ରହିବା ପାଇଁ ସହମତ ହୋଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: