Thursday, March 28, 2024

Top 5 This Week

Related Posts

ସୁବର୍ଣ୍ଣରେଖାରେ ମାଡ଼ି ଆସୁଛି ବଡ଼ ବନ୍ୟା !

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୮) : ମହାନଦୀ ସିଷ୍ଟମ୍ ପରେ ଏବେ ସୁବର୍ଣ୍ଣରେଖାରେ ମାଡ଼ି ଆସୁଛି ବଡ଼ ବନ୍ୟା । ବନ୍ୟା ଜଳରେ ଫୁଲୁଛି ସୁବର୍ଣ୍ଣରେଖା । ସକାଳ ୬ଟା ସୁଦ୍ଧା ରାଜଘାଟରେ ଜଳସ୍ତର ୧୧.୯୦ ମିଟର ରହିଛି ।bpd 1 1 ସୁବର୍ଣ୍ଣରେଖାରେ ମାଡ଼ି ଆସୁଛି ବଡ଼ ବନ୍ୟା !

ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ତାହା ଆହୁରି ବଢ଼ିବ । ଆଜି ଦିନ ୧୨ଟା ବେଳକୁ ଜଳସ୍ତର ସର୍ବାଧିକ ରହିବ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସୁବର୍ଣ୍ଣରେଖାରେ ଗତକାଲି ଠାରୁ ବିପଦ ସଙ୍କେତ ୧୦.୩୬ ମିଟର ଟପି ସାରିଛି । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ରୁ ୧୬ ଗେଟ୍ ଖୋଲିବା ପରେ ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ବଡ଼ ବିପତ୍ତି ।

ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ତାହା ଆହୁରି ବଢ଼ିବ । ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନ ଫୁଟ୍‌ ଜଳ ପ୍ରବାହରୁ ଦୁଇ ଜିଲ୍ଲା ର ୬ଟି ବ୍ଲକ୍‌ର ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି । ଏହି ବନ୍ୟା ଯୋଗୁଁ ମୟୂରଭଞ୍ଜ ର ଦୁଇଟି ବ୍ଲକ୍ ସାରସକଣା ଓ ରାସଗୋବିନ୍ଦପୁର ଏବଂ ବାଲେଶ୍ୱର ଜିଲ୍ଲା ର ୪ଟି ବ୍ଲକ୍ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିବାର ଆଶଙ୍କା ଦେଖାଦେଇଛି ।

ଭୋଗରାଇ ଓ ବାଲିଆପାଳ ର କିଛି ତଳିଆ ଅଞ୍ଚଳରେ ଜଳ ପ୍ରବେଶ କରିସାରିଛି । ବାଲେଶ୍ୱର ଜିଲ୍ଲା ଗଡ଼ାପୋଲ ନିକଟ ରାସ୍ତାରେ ୩ ଫୁଟ୍‌ ର ପାଣି ପ୍ରବାହିତ ହେଉଛି । ଫଳରେ ବାଲିଆପାଳ-କମର୍ଦ୍ଦା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ବାଲିଆପାଳ ବ୍ଲକ ର ୨୫ ଗାଁ ପାଣି ଘେରରେ ଥିବା ବେଳେ ତାହା ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ।

ବୈତରଣୀରେ ଜଳସ୍ତର ବିପଦ ସଙ୍କେତ ଉପରେ ଥିଲେ ବି ତାହା ଧୀରେ ଧୀରେ କମୁଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ମୁଣ୍ଡଳୀରେ ବି ମହାନଦୀ ର ଜଳସ୍ତର ଖସୁଛି । ତେବେ ପୁଣି ୨୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗର ସବିଶେଷ ଆକଳନ ମିଳିବା ପରେ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଳ ଏସ୍ଆରସିଙ୍କ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି । ଦୁଇ ଜିଲ୍ଲାକୁ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ ଟି ଅପରେସନାଲ ଟିମ୍ ଯାଇଛନ୍ତି ।

ବାଲେଶ୍ୱରରେ ବନ୍ୟା ମୁକାବିଲା ଲାଗି ୨୧ଟି ରେସପନ୍ସ ଟିମ୍ ମୁତୟନ କରାଯାଇଛି । ଜଳେଶ୍ୱରରେ ୧ NDRF, ୧ ଓଡ୍ରାଫ୍, ୨ ଅଗ୍ନିଶମ ଟିମ୍ ମୁତୟନ ଥିବା ବେଳେ ବାଲିଆପାଳରେ ୨ NDRF ଓ ୪ଟି ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ଭୋଗରାଇରେ ୧ NDRF, ୨ଟି ଅଗ୍ନିଶମ ଟିମ୍ ମୁତୟନ ଥିବା ବେଳେ ବସ୍ତା ଅଞ୍ଚଳରେ ୨ ଓଡ୍ରାଫ୍, ୨ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ରେମୁଣାରେ ଗୋଟିଏ ଓଡ୍ରାଫ୍ ଓ ଗୋଟିଏ ଅଗ୍ନିଶମ ଟିମ୍ ମୁତୟନ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସ୍‌ଆରସି କ୍ଷମତା ଦିଆଯାଇଛି । ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟର ର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୁଢ଼ାବଳଙ୍ଗ, ଜଳକା ବନ୍ୟାରେ ବାଲେଶ୍ୱର ସଦର ଓ ରେମୁଣା ବ୍ଲକ ର ବ୍ୟାପକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ସୁବର୍ଣ୍ଣରେଖାରେ ବନ୍ୟା ଜିଲ୍ଲା ପାଇଁ ବଡ଼ ବିପତ୍ତି ଆଣିଛି ।bbls ସୁବର୍ଣ୍ଣରେଖାରେ ମାଡ଼ି ଆସୁଛି ବଡ଼ ବନ୍ୟା !

ଏସ୍ଆରସିଙ୍କ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି । ଦୁଇ ଜିଲ୍ଲାକୁ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ଟି ଅପରେସନାଲ ଟିମ୍ ଯାଇଛନ୍ତି ।

ବାଲେଶ୍ୱରରେ ବନ୍ୟା ମୁକାବିଲା ଲାଗି ୨୧ଟି ରେସପନ୍ସ ଟିମ୍ ମୁତୟନ କରାଯାଇଛି । ଜଳେଶ୍ୱରରେ ୧ NDRF, ୧ ଓଡ୍ରାଫ୍, ୨ ଅଗ୍ନିଶମ ଟିମ୍ ମୁତୟନ ଥିବା ବେଳେ ବାଲିଆପାଳରେ ୨ NDRF ଓ ୪ଟି ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ଭୋଗରାଇରେ ୧ NDRF, ୨ଟି ଅଗ୍ନିଶମ ଟିମ୍ ମୁତୟନ ଥିବା ବେଳେ ବସ୍ତା ଅଞ୍ଚଳରେ ୨ ଓଡ୍ରାଫ୍, ୨ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ରେମୁଣାରେ ଗୋଟିଏ ଓଡ୍ରାଫ୍ ଓ ଗୋଟିଏ ଅଗ୍ନିଶମ ଟିମ୍ ମୁତୟନ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସ୍‌ଆରସି କ୍ଷମତା ଦିଆଯାଇଛି । ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟର ର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୁଢ଼ାବଳଙ୍ଗ, ଜଳକା ବନ୍ୟାରେ ବାଲେଶ୍ୱର ସଦର ଓ ରେମୁଣା ବ୍ଲକ ର ବ୍ୟାପକ ଅଞ୍ଚଳ ଜଳମଗ୍ନ ଥିବାବେଳେ ସୁବର୍ଣ୍ଣରେଖା ର ବନ୍ୟା ଜିଲ୍ଲା ପାଇଁ ବଡ଼ ବିପତ୍ତି ଆଣିଛି ।

Popular Articles