ସ୍ଵଚ୍ଚ ଭାରତ ଫେଲ ମାରିଛି ଗୁପ୍ତେଶ୍ୱର ପୀଠରେ, ପରିବେଶକୁ ଦୂଷିତ କରୁଛି ପ୍ଲାଷ୍ଟିକ, ଦେବୋତ୍ତ୍ୱର ବିଭାଗ ଜାଣି ଅଜଣା

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୭/୦୮): ଦିନକୁ ଦିନ ପ୍ଲାଷ୍ଟିକ ଜିଣିଷ ଓ ପଲିଥିନ ଯୋଗୁଁ ଋତୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ, ଭୂତଳ ଜଳର ହ୍ରାସ, ଜଙ୍ଗଲ ନଷ୍ଟ, ଉଦ୍ଭିଦ ବଂଶ ନାଶ, ପରି ବିଭିନ୍ନ ସମସ୍ୟା ବଢ଼ିବାରେ ଲାଗିଛି । ଯାହାକି ସମସ୍ତ ଜୀବଜଗତର ଅଗାମି ପିଢ଼ି ପାଇଁ ଏକ ବିପଦ ବାତାବରଣ ଦିଗକୁ ଠେଲି ନେଉଛି |

ଏହାକୁ ଆଖି ଆଗରେ ରଖି ସରକାର ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ଲାଷ୍ଟିକ ଜିନିଷ ବ୍ୟବହାର କମାଇବା ସହ ପଲିଥିନ ସମ୍ପୂର୍ଣ୍ଣ୍ ବନ୍ଦ କରିବା ପାଇଁ କସରତ କରୁଛନ୍ତି | ଏଥିପାଇଁ ବିଭିନ୍ନ ସରକାରି ବେସରକାରୀ ଅନୁଷ୍ଠାନ ପକ୍ଷରୁ ପଲିଥିନ ଓ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ଜରସର କରୁଥିବା ବେଳେ ତାହା କିନ୍ତୁ କେତେକ ଜାଗାରେ ଫେଲ ମାରିଛି | ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ | ଶ୍ରାବଣ ମାସରେ ହଜାର ହଜାର କାଉଡିଆ ଭକ୍ତ ପ୍ଲାଷ୍ଟିକ ଢାଳରେ ଆଣିଥିବା ପାଣି ଶିବଲିଙ୍ଗରେ ଢାଳିବା ପରେ ଏହି ପ୍ଲାଷ୍ଟିକ ଢାଳ ମନ୍ଦିର ପରିସରରେ ଫୋପାଡ଼ି ପରିବେଶକୁ ଦୂଷିତ କରୁଥିବା ଜଣାପଡୁଛି | ସେହିପରି ନଦୀକୁଳରେ ବାହାରେ ସୌଚକରିବା ଫଳରେ ନଦୀତୁଟରେ ଦୁର୍ଗନ୍ଧ ସହ ଅପରିସ୍କାର ପରିବେଶ ହେଉଛି |

ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର କାଉଡିଆ ଭକ୍ତ ପ୍ଲାଷ୍ଟିକ ତିଆରି ଜିନିଷ ତଥା ପାଣିଢାଳ,ପାଣି ବୋତଲ, କଉଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ସହ ପଲିଥିନରେ ନଡ଼ିଆ ନେଇ ଯାଉଛନ୍ତି | ହେଲେ ମନ୍ଦିରରେ ଡଷ୍ଟବିନ କିମ୍ବା ପରିମଳ ପରିଷ୍କାର ପାଇଁ କିଛି ବ୍ୟବସ୍ଥା ନ ଥିବା ଯୋଗୁଁ ମନ୍ଦିର ପରିସର ଭିତରେ ଚାରିଆଡେ ପ୍ଲାଷ୍ଟିକ ଓ ପଲିଥିନ ପଡି ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି | ସେହିପରି ନଦୀତୁଟରେ ଆବଶ୍ୟକ ପରିମାଣର ସୌଚାଳୟ ନ ଥିବା ଯୋଗୁଁ ହଜାର ହଜାର ପୁରୁଷ ଓ ମହିଳା ଭକ୍ତ ଅସୁବିଧା ସମ୍ମୁଖୀନ ହେଉଥିବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହେଉଥିବା ଜଣାପଡିଛି | ମନ୍ଦିର ମୁଖ୍ୟ ପୂଜକ ସଦାଶିବ ମିଶ୍ର ପ୍ଲାଷ୍ଟିକ ଢାଳ ବ୍ୟବହାରକୁ ବିରୋଧ କରିଆସୁଛନ୍ତି |

Comments are closed.