ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କ ନିଧନ, ଦେଶସାରା ଶୋକାକୁଳ ପରିବେଶ

ରିପୋର୍ଟ: ଓଡିଶା ନ୍ୟୁଜ୨୪
ନୂଆଦିଲ୍ଲୀ(୦୬/୦୮): ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କ ନିଧନ ଘଟିଛି । ହୃଦଘାତ ପରେ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁୟଟ ଅଫ ମେଡିକାଲ ସାଇନ୍ସ(ଏମ୍ସ)ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ୧୦ଟା ୨୦ ମିନିଟରେ ତାଙ୍କର ଦେହାନ୍ତ ଘଟିଛି ।

ପାଞ୍ଚ ଜଣିଆ ଡାକ୍ତରୀ ଦଳ ସୁଷମାଙ୍କ ଚିକିତ୍ସା କରୁଥିଲେ । କିଛି ସମୟ ପରେ ଏମ୍ସ ପକ୍ଷରୁ ତାଙ୍କର ସ୍ଵାସ୍ଥ୍ୟବସ୍ଥାକୁ ନେଇ ବୁଲେଟିନ୍ ଜାରି ହୋଇପାରେ । ସ୍ଵାସ୍ଥ୍ୟ ଅଧିକ ବିଗିଡିବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଏକ ଦଳ ସ୍ଥିତି ଉପରେ କ୍ରମାଗତ ନଜର ରଖିଥିଲେ। ମାତ୍ର ତାଙ୍କୁ ବଞ୍ଚାଯାଇ ପାରିନଥିଲା ଏବଂ ୬୭ ବର୍ଷ ବୟସରେ ତାଙ୍କର ଦୁଃଖଦ ଦେହାନ୍ତ ଘଟିଛି।କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ହର୍ଷବର୍ଦ୍ଧନ ସିଂହଙ୍କ ସମେତ ବିଜେପିର ବରିଷ୍ଠ ନେତା ଏମ୍ସରେ ପଞ୍ଚିବାରେ ଲାଗିଛନ୍ତି । କିଛି ଘଣ୍ଟା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜାମ୍ମୁ-କାଶ୍ମୀରର ବିଶେଷ ମାନ୍ୟତା ସମାପ୍ତ ନେଇ ଅଭିନନ୍ଦନ ଜଣାଇଥିଲେ।

୬୭ ବର୍ଷୀୟ ସୁଷମା ସ୍ଵରାଜ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବୈଦେଶିକ ମନ୍ତ୍ରୀ ଥିଲେ। ସେ ୧୬ମ ଲୋକସଭାରେ ମଧ୍ୟ ପ୍ରଦେଶରୁ ବିଦିଶାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ଖରାପ ସ୍ଵାସ୍ଥ୍ୟ କାରଣରୁ ଏଥର ସେ ଲୋକସଭା ନିର୍ବାଚନ ଲଢି ପାରିନଥିଲେ। ସୁଷମା ସ୍ଵରାଜ ବିଦେଶରେ ଫସିଥିବା ଭାରତୀୟଙ୍କ ସାହାଯ୍ୟ କରିବା ଏବଂ ଗୋଟିଏ ଟ୍ଵିଟରେ ଲୋକଙ୍କୁ ସହାୟତା କରିବା ନେଇ ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଥିଲେ। ମୋଦୀ ସରକାରରେ ଏକ କର୍ମଯୋଗୀ ମନ୍ତ୍ରୀଙ୍କ ମଧ୍ୟରୁ ସେ ଜଣେ ଥିଲେ। ସୁଷମା ଅନେକ ଥର ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଅସଲମୁଖା ଖୋଲିଥିଲେ।

ରାଜନୈତିକ ଯାତ୍ରା : ଉଲ୍ଲେଖଯୋଗ୍ୟ, ସୁଷମା ସ୍ଵରାଜ ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥିଲେ ଏବଂ ଗତ ବର୍ଷ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା । ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିନଥିଲେ। ବିଜେପି ଶାସନ ମସୟରେ ସୁଷମା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରୂପେ ସୌଭାଗ୍ୟ ଅର୍ଜନ କରିଥିଲେ । ସେ ୧୯୯୦ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୬ରେ ନିର୍ବାଚନ ଜିତି ସେ ବାଜପେୟୀ ସରକାରରେ ସୂଚନା-ପ୍ରସାରଣ ମନ୍ତ୍ରୀ ହୋଇଥିଲେ। ୨୦୧୪ ମୋଦୀ ସରକାରରେ ବୈଦେଶିକ ମନ୍ତ୍ରୀ ଥିଲେ। ଏହି ସମୟରେ ତାଙ୍କର କାର୍ଯ୍ୟଶୈଳୀକୁ ସମଗ୍ର ଦେଶବାସୀ ପ୍ରଶଂସା କରିଥିଲେ।

Comments are closed.