Thursday, March 28, 2024

Top 5 This Week

Related Posts

କ୍ଳବ ଦି ୟଙ୍ଗ ଇଣ୍ଡିଆ ତରଫରୁ ନନ୍ଦ ଉତ୍ସବ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୨୧/୦୮) : କ୍ଳବ ଦି ୟଙ୍ଗ ଇଣ୍ଡିଆ ତରଫରୁ ନନ୍ଦ ଉତ୍ସବ ହୋଟେଲ କଇଳାସ ଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଉଦ୍ଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।fa06d938 8610 49a0 af4f a81984b2a6dd କ୍ଳବ ଦି ୟଙ୍ଗ ଇଣ୍ଡିଆ ତରଫରୁ ନନ୍ଦ ଉତ୍ସବ ପାଳିତ

ଏହି କ୍ଳବ ୧୪ ବର୍ଷ ଧରି ଏହି ପ୍ରକାର କାର୍ଯ୍ୟକ୍ରମ କରି ଆସୁଛି । ଏଥିରେ ୨୫ ଟି ସ୍କୁଲ ର ପିଲାମାନେ ଅଂଶ ଗ୍ରହଣ କରିଥିଲେ । ୪୫ ଜଣ ଛାତ୍ରଛାତ୍ରୀ କୃଷ୍ଣ ବେଶରେ ସଜେଇ ହୋଇ ନୃତ୍ୟ କଳା ପ୍ରଦର୍ଶନ କରିଥିଲେ । ଏହି ସଭାରେ କ୍ଳବ ଦି ୟଙ୍ଗ ଇଣ୍ଡିଆ ର ସଭାପତି ସୁରେନ୍ଦ୍ର ସାହୁ, ଉପ ସଭାପତି ୱାଇ ଆର ରାଓ ଓ ସମ୍ପାଦକ ଭାବେ ଦୀପକ କୁମାର ପୃଷ୍ଟି, ଡ଼. ନରେନ୍ଦ୍ର ମିଶ୍ର ମଞ୍ଚାସୀନ ହୋଇଥିଲେ । ବିଚାଟପତି ଭାବେ ପ୍ରଭାକର ମିଶ୍ର ଓ ରିତାରାଣୀ ମିଶ୍ର, ଡ଼. ନରେନ୍ଦ୍ର ମିଶ୍ର ଯୋଗ ଦେଇ ପିଲାମାନଙ୍କୁ ବାଛିଥିଲେ ।60984acf 638f 4bd4 949b 1fb457ce7ae0 କ୍ଳବ ଦି ୟଙ୍ଗ ଇଣ୍ଡିଆ ତରଫରୁ ନନ୍ଦ ଉତ୍ସବ ପାଳିତ

ପିଲା ମାନଙ୍କର ନୃତ୍ୟ ଓ କୃଷ୍ଣଙ୍କ ବିଷୟରେ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର କୁ ପରଖି ଥିଲେ । ଏଥିରେ ପ୍ରଥମ ପୁରଷ୍କାର ଭାବେ ପ୍ରଜ୍ଞାନୀ ସାହୁ, ଦ୍ଵିତୀୟ ପୁରଷ୍କାର ଭାବେ ଆରଧ୍ୟା ପାଳ, ତୃତୀୟ ପୁରଷ୍କାର ଭାବେ ଭୂମିକା ପ୍ରଧାନଙ୍କୁ ବିଚାରପତି ମାନେ ବାଛି ଥିବାବେଳେ, ୧୦ ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଛି ।

ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟନାୟକ ପିଲା ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଉତ୍ସବରେ ଦି କ୍ଳବ ୟଙ୍ଗ ଇଣ୍ଡିଆ ର ସଦସ୍ୟମାନେ ହେଲେ ବିଜୟ କୁମାର ଉପଦେଷ୍ଟା ଜି. ରାମ ପ୍ରସାଦ, ଜାମି ଗୌରୀ ପ୍ରସାଦ, କେକେ ଜେନା, ଭେଙ୍କଟ ରାବଣ, ଏମ. ରବି, ରାକେଶ ହାମଦେଵ ଓ ମୃତ୍ୟୁଞ୍ଜୟ ସାହା, ଉପସ୍ଥିତ ରହି କ୍ଳବ ରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଦୀପକ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles