ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୨୧/୦୮) : କ୍ଳବ ଦି ୟଙ୍ଗ ଇଣ୍ଡିଆ ତରଫରୁ ନନ୍ଦ ଉତ୍ସବ ହୋଟେଲ କଇଳାସ ଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଉଦ୍ଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କ୍ଳବ ୧୪ ବର୍ଷ ଧରି ଏହି ପ୍ରକାର କାର୍ଯ୍ୟକ୍ରମ କରି ଆସୁଛି । ଏଥିରେ ୨୫ ଟି ସ୍କୁଲ ର ପିଲାମାନେ ଅଂଶ ଗ୍ରହଣ କରିଥିଲେ । ୪୫ ଜଣ ଛାତ୍ରଛାତ୍ରୀ କୃଷ୍ଣ ବେଶରେ ସଜେଇ ହୋଇ ନୃତ୍ୟ କଳା ପ୍ରଦର୍ଶନ କରିଥିଲେ । ଏହି ସଭାରେ କ୍ଳବ ଦି ୟଙ୍ଗ ଇଣ୍ଡିଆ ର ସଭାପତି ସୁରେନ୍ଦ୍ର ସାହୁ, ଉପ ସଭାପତି ୱାଇ ଆର ରାଓ ଓ ସମ୍ପାଦକ ଭାବେ ଦୀପକ କୁମାର ପୃଷ୍ଟି, ଡ଼. ନରେନ୍ଦ୍ର ମିଶ୍ର ମଞ୍ଚାସୀନ ହୋଇଥିଲେ । ବିଚାଟପତି ଭାବେ ପ୍ରଭାକର ମିଶ୍ର ଓ ରିତାରାଣୀ ମିଶ୍ର, ଡ଼. ନରେନ୍ଦ୍ର ମିଶ୍ର ଯୋଗ ଦେଇ ପିଲାମାନଙ୍କୁ ବାଛିଥିଲେ ।
ପିଲା ମାନଙ୍କର ନୃତ୍ୟ ଓ କୃଷ୍ଣଙ୍କ ବିଷୟରେ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର କୁ ପରଖି ଥିଲେ । ଏଥିରେ ପ୍ରଥମ ପୁରଷ୍କାର ଭାବେ ପ୍ରଜ୍ଞାନୀ ସାହୁ, ଦ୍ଵିତୀୟ ପୁରଷ୍କାର ଭାବେ ଆରଧ୍ୟା ପାଳ, ତୃତୀୟ ପୁରଷ୍କାର ଭାବେ ଭୂମିକା ପ୍ରଧାନଙ୍କୁ ବିଚାରପତି ମାନେ ବାଛି ଥିବାବେଳେ, ୧୦ ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଛି ।
ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟନାୟକ ପିଲା ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଉତ୍ସବରେ ଦି କ୍ଳବ ୟଙ୍ଗ ଇଣ୍ଡିଆ ର ସଦସ୍ୟମାନେ ହେଲେ ବିଜୟ କୁମାର ଉପଦେଷ୍ଟା ଜି. ରାମ ପ୍ରସାଦ, ଜାମି ଗୌରୀ ପ୍ରସାଦ, କେକେ ଜେନା, ଭେଙ୍କଟ ରାବଣ, ଏମ. ରବି, ରାକେଶ ହାମଦେଵ ଓ ମୃତ୍ୟୁଞ୍ଜୟ ସାହା, ଉପସ୍ଥିତ ରହି କ୍ଳବ ରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଦୀପକ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।