Related Contents

କାଶୀପୁର ବ୍ଲକରେ ବର୍ଷାର ତାଣ୍ଡବ ୫ଗୋଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ସାଙ୍ଗକୁ ସ୍କୁଲ ଓ ହଷ୍ଟେଲରେ ପଶିଲା ବର୍ଷା ପାଣି

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା(୦୭/୦୮): ଗତକାଲି ଠାରୁ ଲାଗି ରହିଥିବା ପ୍ରବଳବର୍ଷାରେ ଧୋଇଗଲା ଡାଇଭରରେସନ କାଶିପୁର ବ୍ଲକର ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ । କୁଚେଇପଦର ଠାରେ ତିଆରୀ ହୋଉଥିବା ବ୍ରିଜକୁ ଦେଇଥିବା ଡାଇଭରସନ ଗତକାଲି ପ୍ରବଳ ବର୍ଷାରେ ଧୋଇଯିବା ଫଳରେ କୁଚେଇପଦର, ଡ଼ଙ୍ଗାସିଲ, ମାଇକଞ୍ଚ, କଡିପାରୀକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

ଠିକ ସେହିପରି ଡ଼ଙ୍ଗାଶୀଳ ଠାରେ ଅବସ୍ଥିତ ମଙ୍ଗଳ ବିଭାଗର ହାଇସ୍କୁଲ ଓ ହଷ୍ଟେଲ ମଧ୍ୟରେ ଅଚାନକ ବର୍ଷାପାଣି ପ୍ରବେଶ କରିଥିଲା | ଗତକାଲିର ପ୍ରବଳ ବର୍ଷା ଯୋଗୁଁ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ପାଚେରୀ ଭାଙ୍ଗି ବର୍ଷା ଜଳ ହଷ୍ଟେଲ ମଧ୍ୟକୁ ପ୍ରବେଶ କରିଥିଲା ଯଦ୍ୱାରା ହଷ୍ଟେଲ ଓ ସ୍କୁଲ ମଧ୍ୟରେ ରହୁଥିବା ଅନ୍ତେବାସୀଙ୍କ ବହୁ ଜିନିଷ ପାତ୍ର ଭିଜି ନଷ୍ଟ ହୋଇଯାଇଛି | ଠିକ ସେହିପରି ରୋଷେଇ ଘରେ ପାଣି ପଶିଯିବାରୁ ରୋଷେଇ ହୋଇପାରି ନ ଥିଲା | ତଥାପି ସ୍କୁଲ ତ ପ୍ରଧାନ ଶିକ୍ଷକ ଶ୍ରୀ ବାଘ ବାବୁ ଓ ଡ଼ଙ୍ଗାଶୀଳର ମଦନ ସାହୁ, ବିଜୟ ସାହୁ, ଶିବ ନାୟକ ରମେଶ ନାୟକ ଛାତ୍ରୀ ମାନଂକୁ ସ୍ଥାନାନ୍ତରିତ କରିଥିଲେ | ସେମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଥିଲେ | ଘଟଣାରୁ ପ୍ରକାଶ ଯେ ଏହି ଘଟଣା ନୂଆ ନୁହେଁ ପ୍ରତି ବର୍ଷ ବର୍ଷା ଦିନ ଆସିଲେ ଅତ୍ୟଧିକ ବର୍ଷା ହେଲେ ପାହାଡ଼ ପାଣି ସ୍କୁଲ ଓ ଗାଁ ମଧ୍ୟରେ ପ୍ରବେଶ କରିଥାଏ | କିନ୍ତୁ ଏଥିପ୍ରତି ପ୍ରସାଶନ କିମ୍ବା କୌଣସି ରାଜନେତା ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଆସୁଛି |

ସରକାର ଆଦିବାସୀ ପିଲାଙ୍କ ପାଠ ପଢା ନିମନ୍ତେ ବହୁତ ଆଶ୍ରମ ସ୍କୁଲ ମାନ ଖୋଲିଛନ୍ତି ସତ କିନ୍ତୁ ଯେଉଁଠାରେ ସ୍କୁଲ ଖୋଲିଲେ କିଛି ଅସୁବିଧା ହେବନାହିଁ ସେହି ସ୍ଥାନରେ ସ୍କୁଲ ନ ଖୋଳି ପାହାଡ଼ ତଳି ଅଂଚଳରେ ସ୍କୁଲ ମାନ ଖୋଲିବା ଦ୍ୱାରା ବର୍ଷା ଦିନେ ବର୍ଷା ଜଳ ପାଚେରୀ ଭାଙ୍ଗି ସ୍କୁଲ ମଧ୍ୟରେ ପ୍ରବେଶ କରିଥାଏ | ସେଥିପାଇଁ ରୋଷେଇ ମଧ୍ୟ୍ୟ ହୋଇପାରି ନ ଥାଏ ଯଦ୍ୱାରା ଅନ୍ତେବାସୀ ଛାତ୍ର ଛାତ୍ରୀ ଭୋକ ଉପବାସରେ ରୁହନ୍ତି | ସେଥିପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ସାଙ୍ଗକୁ ହଷ୍ଟେଲର ସୁପେରିଟେଣ୍ଡେଣ୍ଟ ମେଟ୍ରୋନଙ୍କୁ ଜବାବ ଦେବାକୁ ପଡିଥାଏ | ଡଂଗାସୀଲ ସ୍କୁଲ ନୁହେଁ ଠିକ ଏହିପରି ବହୁ ଆଶ୍ରମ ସ୍କୁଲ ବଙ୍କିଲି ଖିଲାମୁଣ୍ଡା ବିଳେସୁ ପୁଟାସିଙ୍ଗ ଏହିପରି ବହୁ ଆଶ୍ରମ ସ୍କୁଲ ପାହାଡ଼ର ତଳ ମୁଣ୍ଡରେ ଅବସ୍ତିତ | ବର୍ଷା ଦିନେ ଏହି ସ୍କୁଲରେ ବର୍ଷା ଜଳ ପ୍ରବେଶ କରିବ ନାହିଁ ବୋଲି କିଏ କହିପାରିବ |

Comments are closed.