Related Contents

ଲଗାଣ ବର୍ଷା ଯୋଗୁଁ ବଂଶଧାରା ନାଗବଳି ନଦୀ ବିପଦ ସଂକେତ ଉପରେ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୭/୦୮): ସମଗ୍ର ରାୟଗଡା ଜ଼ିଲ୍ଲାରେ ଗତ ୨୪ଘଣ୍ଟା ଧରି ବର୍ଷା ଲାଗିରହିଛି ଯଦ୍ୱାରା ଜ଼ିଲ୍ଲାର ବିଭିନ୍ନ ନଦୀ ନାଳ ମାନଙ୍କର ପାଣି ପରିମାଣ ବଢ଼ିବାରେ ଲାଗିଛି ବଂଶଧାରା ନାଗବଳି କଲ୍ୟାଣୀ ନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଏହି ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି |

ଯଦ୍ୱାରା ରାୟଗଡା କଲ୍ୟାଣୀସିଂପୁର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି | କାଳୀ ସୁନ୍ଦରୀ ମନ୍ଦିର ନିକଟରେ ରାସ୍ତା ଉପରର ପାଣି ପ୍ରବାହିତ ହେବା ପରେ ସେହି ସ୍ଥାନର ପରିବାରଙ୍କୁ ପ୍ରସାଶନ ସ୍ଥାନାନ୍ତରିତ କରିଛି | ସେହିପରି ଗତକାଲି ସନ୍ଧ୍ୟା ସମୟରେ କୋରାପୁଟ ରାୟଗଡା ରେଳ ଲାଇନର ରାଉଲି ନିକଟରର ମାଟି ଅତଡ଼ା ରେଳ ଲାଇନରେ ଖସିବା ଲାଗି ହୀରାଖଣ୍ଡ ଟ୍ରେନ ନିର୍ଧାରିତ ସମୟରୁ ପ୍ରାୟ ତିନିଘଂଟା ବିଳମ୍ବରେ ରାୟଗଡାରେ ପହଞ୍ଚିଥିଲା | ଗତକାଲି ସୁନାଖଣ୍ଡି ଗ୍ରାମର ୧୦ଟି ଘରର କେନାଲ ପାଣି ପଶିଯାଇଥିଲା | ସେହିପରି ଜଗନ୍ନାଥ କଲୋନୀର ୭ ଘରେ ବର୍ଷା ପାଣି ପଶିଯାଇଥିଲା | ବର୍ଷା ଲାଗି ରହିଥିବାରୁ ବ୍ଲକ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସତର୍କ କରାଯାଇଛି |

ଠିକ ସେହିପରି ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୂଳରେ ଅବସ୍ତିତ ନାଇରା ଗ୍ରାମବାସି ରାତି ସାରା ଉଜାଗର ରହିଥିଲେ | କାଳେ ନଦୀ ଜଳ ଗାଁ ମଧ୍ୟରେ ପ୍ରବେଶ କରିବ ବୋଲି ବଂଶଧାରା ନଦୀର ଜଳ ସ୍ତର ନାଇରା ନିକଟରେ ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲା | ପଦ୍ମପୁର ବ୍ଲକ ପ୍ରଶାସନ ଜନସାଧାରଣଙ୍କୁ ସତର୍କ କରାଇଦେଇଛନ୍ତି | ବ୍ଲକ ଏ ପି ଓ ବିସିକେଶନ ଲିମା ବି ଡି ଓ ଅଗସ୍ତି ପ୍ରଧାନ ପ୍ରତ୍ୟେକ ଗ୍ରାମ କୁ ବୁଲି ଜନସାଧାରଣଙ୍କୁ ସତର୍କ ରହିବା ନିମନ୍ତେ ସତର୍କ କରାଇଥିଲେ |

ବଂଶଧାରା ନଦୀର ତଳ ମୁଣ୍ଡରେ ଅବସ୍ତିତ ଲିମପଦର ଭାମିନି ଗୁଡାରି ଡ଼େରିଗାଁ ଏହିପରି ବହୁ ଗ୍ରାମ ବର୍ଷା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ବର୍ଷା ଦିନେ ନଦୀ ଜଳ ଏହି ଗ୍ରାମରେ ଅବାଧରେ ପ୍ରବେଶ କରିଥାଏ କିଂତୁ ପ୍ରଶାସନ ତରଫରୁ ଗାଁରେ ପାଣି ନ ପଶିବା ନିମନ୍ତେ କୌଣସି ବିକଳ୍ପ ବ୍ୟବସ୍ତା କାରାଯାଇନାହିଁ ତେଣୁ ଜନ ଅସନ୍ତୋଷ ଦେଖାଦେଉଛି |

Comments are closed.