Advertisements
Friday, June 5, 2020
Home Business & Private ତୃଣମୂଳ ସ୍ତର ଜନ ସେବାରେ ବ୍ରତୀ; ଗ୍ରାମାଞ୍ଚଳ ଦଳିତ ସେବା ସଂଘ

ତୃଣମୂଳ ସ୍ତର ଜନ ସେବାରେ ବ୍ରତୀ; ଗ୍ରାମାଞ୍ଚଳ ଦଳିତ ସେବା ସଂଘ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୦୭/୦୮): ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ରାଢୁ ଗ୍ରାମରେ କାର୍ଯ୍ୟରତ ଗ୍ରାମାଞ୍ଚଳ ଦଳିତ ସେବା ସଂଘ (ଆଦର୍ଶ) ସରକାରୀ ପଞ୍ଜିକରଣ ଭୁକ୍ତ । ଏହି ସେବା ସଂଘ ସାମାଜସେବୀ ମାଧବ ବିଡ଼ିକାଙ୍କ ନେତୃତ୍ବରେ ସ୍ଵେଚ୍ଛାକୃତ ଭାବେ ତୃଣମୂଳ ସ୍ତରରେ ସାମାଜିକ, ଶିକ୍ଷା,ସ୍ଵାସ୍ଥ୍ଯ ଓ ଶୃଙ୍ଖଳାକୁ ଭିତ୍ତି କରି ଜନ ସଚେତନତା କରାଇବା ସହ କୁସଂସ୍କାର, ଅନ୍ଧବିଶ୍ବାସ, ସଙ୍କୋଚ ମୋନଭାବ ଆଦି ଦୂର କରାଇବାରେ ପ୍ରୟାସ ଜାରି ରଖିଛି ।

ଏହାକୁ ମୁଖ୍ୟ ଉଦ୍ଦେଶ୍ୟ ଭାବେ ଗ୍ରହଣ କରି ପଦ୍ମପୁର ବ୍ଲକର ଅନ୍ୟ ପଞ୍ଚାୟତ ଗୁଡିକୁ ଯାଇ ସଂଗଠନ ସଚେତନ କରାଉଛି । ଆଗାମୀ ଦିନରେ ଏହି ଉଦ୍ଦେଶ୍ୟ ଭିତିକ ସରକାରୀ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସଂଗଠନ ସ୍ଥିର କରିଛି । ଏ ଦିଗରେ ସହଯୋଗର ହାତ ବଢ଼ାଇବାକୁ ସଙ୍ଗଠନ ପକ୍ଷରୁ ମାନନୀୟ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଥାନା ଭାରପ୍ରାପ୍ତ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ ପତ୍ର ଦିଆଯାଇଛି । ଏହି ଅବସରରେ ସମାଜ ସେବୀ ମାଧବ ବିଡିକା, ବ୍ଲକ ଅଞ୍ଚଳ ପରିଷଦର ପୁର୍ବତ୍ତନ ଅଧକ୍ଷ ଗୋଦାବରୀ ରାଉତଙ୍କ ସମେତ ସଙ୍ଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: