Advertisements
Friday, June 5, 2020
Home Education & Literacy ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୭/୦୮): ରାୟଗଡାରେ ଜିଲ୍ଲା ପ୍ରଶାସନର ସତଚେଷ୍ଟାରେ ମଧ୍ୟ ଜିଲ୍ଲାରୁ ଦୁର ହୋଇପାରି ନାହିଁ ଅନ୍ଧବିଶ୍ୱାସ । ଜିଲ୍ଲାରେ ଗୁଣିଗାରେଡିକୁ ନେଇ ଅନେକ ହତ୍ୟା କାଣ୍ଡ ଘଟିଥିବାବେଳେ ଅନେକ କାରାଗାରରେ ଦଣ୍ଡ ଭଗୁଥିବା ନଜିର ରହିଛି । ପ୍ରଶାସନ ତରଫରୁ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରୁ ଦୁରେଇ ରହିବାକୁ ପଥପ୍ରାନ୍ତ ନାଟକ ଓ ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମ ଜାରି ରହିଥିଲେ ସୁଦ୍ଧା ଦୁର ହୋଇପାରୁନାହିଁ ଅନ୍ଧବିଶ୍ୱାସ ।

ପୁଣି ଗୁଣିଗାରେଡ଼ି ସନ୍ଦେହରେ ଜଣେ ୬୦ବର୍ଷ ବୃଦ୍ଧାଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବିଷମକଟକ ବ୍ଲକ ଡୁମେରିନେଲି ପଞ୍ଚାୟତ ଚେଙ୍ଗିଲି ଗ୍ରାମରେ ବସବାସ କରୁଥିବା ଲଷ୍ମୀ ହର୍ଲାକା ଓ ତାଙ୍କ ସ୍ୱାମୀ ଇନ୍ଦ୍ର ହର୍ଲାକାଙ୍କ କ୍ଷେତ୍ରରେ ଘଟିଥିବାରୁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଲଷ୍ମୀ ହର୍ଲାକାଙ୍କ ପରିବାର । ସୂଚନା ଅନୁଯାୟୀ ଗତ ଜୁନ ୨୮ ତାରିଖରେ ଚେଙ୍ଗଲି ଗ୍ରାମର ଲଷ୍ମୀ ରହୁଥିବା ଘରକୁ କିଛି ଗ୍ରାମବାସୀ ମାନେ ଆସି ଘର ଭାଙ୍ଗି ଛାରଖାର କରିଦେବା ସହ ଘରେ ଥିବା ସୁନା, ଟଙ୍କା, ଧାନ, ମାଣ୍ଡିଆ ଇତ୍ୟାଦି ଲୁଟି ନେଇଥିବା ବେଳେ ଗାଁ ଛାଡି ଚାଲିଯିବାକୁ କହିବା ସହ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ତେବେ ବର୍ତମାନ ଭୟଭୀତ ହୋଇ ଗ୍ରାମ ଛାଡି ମୁଣ୍ଡିପଦର ଗ୍ରାମରେ ବସବସା କରୁଛନ୍ତି । ଏନେଇ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇନଥିବାରୁ ପ୍ରଶାସନର ଦ୍ୱାରସ୍ଥ ହୋଇ ଦୋଷୀଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଯଦି ପ୍ରଶାସନ ଏ ଦିଗରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବୁ ବୋଲି ଲଷ୍ମୀ ହର୍ଲାକା ଏବଂ ଇନ୍ଦ୍ର ହର୍ଲାକା ପ୍ରକାଶ କରିଛନ୍ତି । ଏନେଇ ରାୟଗଡା ଆରକ୍ଷୀଅଧିକ୍ଷକ ଡ଼ଃ ଶ୍ରବଣ ବିବେକ ଏମଙ୍କୁ ପଚାରିବାରୁ ସେ ଏହାର ଅତିଶୀଘ୍ର ସମାଧାନ କରି ପ୍ରଭାବିତ ପରିବାରଙ୍କୁ ଚେଙ୍ଗିଲି ଫେରିବା ବ୍ୟବସ୍ତା କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: