Advertisements
Friday, June 5, 2020
Home Government News ￰ଦେଶରେ ଧାରା ୩୭୦/୩୫(କ) ହଟିବା ପରେ ସଙ୍ଗଠନ ଓ ଜନସାଧାରଣଙ୍କ ପକ୍ଷରୁ ଶୋଭାଯାତ୍ରା

￰ଦେଶରେ ଧାରା ୩୭୦/୩୫(କ) ହଟିବା ପରେ ସଙ୍ଗଠନ ଓ ଜନସାଧାରଣଙ୍କ ପକ୍ଷରୁ ଶୋଭାଯାତ୍ରା

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
ମୁରିବାହାଲ(୦୬/୦୮): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ ଓକାଶ୍ମୀରରୁ ଧାରା ୩୭୦ ଓ ଧାରା ୩୫(କ) ଉଛେଦକୁ ମଞ୍ଜୁର କରିବାପରେ ଦେଶ ସାରା ଖୁସିର ଲହରୀ ଖେଳିଯାଇଥିବାବେଳେ ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତରୁ ମୁରିବାହାଲ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ମୋଟର ସାଇକେଲ ଶୋଭାଯାତ୍ରା ସହ ବିଜୟ ଉତ୍ସବ ପାଳନ କରାଯାଇଥିଲା |

ମୁରିବାହାଲର ଜନସାଧାରଣ ଏକତ୍ରିତ ହୋଇ ପରସ୍ପରକୁ ମିଷ୍ଟାନ ଖୁଆଇ ଓ ବାଣ ଫୁଟାଇ ନିଜର ଖୁସି ବ୍ୟକ୍ତ କରିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପଦକ୍ଷେପକୁ ନେଇ ଅଞ୍ଚଳବାସିଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖା ଦେଇଛି | ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ଇତିହାସ ସୃଷ୍ଟି କରିଥିବା ପଦେକ୍ଷେକୁ ମୁରିବାହାଲର ସମସ୍ତ ସଙ୍ଗଠନ, ବୁଦ୍ଧିଜୀବୀ, ଜନସାଧାରଣ ଯୋଗ ଦେଇଥିଲେ | ସ୍ପୋର୍ଟିଂ କ୍ଲବ, ସାମ୍ବାଦିକ ସଙ୍ଘ, ବିଶ୍ୱହିନ୍ଦୁ ପରିଷଦ , ଆଦିବାସୀ ସଙ୍ଘ, ବିଜେପି, ବଜରଙ୍ଗ ଦଳ, ବିଯୁଜନତା ଦଳ, ଯାଦବ ସମାଜ, ଲଖେଘରିଆ ଗଣ୍ଡା ସମାଜ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ,
ଶ୍ରୀବତ୍ସ ବେହେରା, ନିମାଇଁ ଚରଣ ବଘାର, ବିରାଜ କୁମାର ମହାନ୍ତି, ଭଗବାନ ମହାନ୍ତି, ଦୁର୍ଗାନନ୍ଦ ମହାକୁର, ସାଧୁରାମ ପାଣିଗ୍ରାହୀ, ରାଜୀବ କୁଅଁର, ରମା ମହାପାତ୍ର, କ୍ଷୀରସିନ୍ଧୁ ବାଗ, ରାଜୀବ ମହାନ୍ତି, ନାରାୟଣ ସାହୁ, ବନବିହାରୀ ଯୋଶୀ, ସୁବ୍ରତ ମହାକୁର, ମଣ୍ଟୁ ନାୟକ, ଗିରିଧାରୀ କମ୍ପ, ମାଇକରେ ଭାଷଣଦେଇ ମଟରସାଇକେଲ ରିଲେ କରୁଥିବା ଦେଖିବାକୁ ମିଳିଥିଲା | ସେହିପରି ଏହି କାର୍ଯ୍ୟକ୍ରମରେ ସବୁ ସଂଗଠନର ସହ ଜନସାଧାରଣ ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: