କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ତହସିଲ ଅଫିସରେ ତାଲା ମାରି ବିକ୍ଷୋଭ ପ୍ରଦର୍ଶନ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
କଣ୍ଟାବାଞ୍ଜି(୦୬/୦୮): ବିଭିନ୍ନ ସମସ୍ୟାକୁ ନେଇ ଆଜି କଣ୍ଟାବାଞ୍ଜି ଓକିଲ ସଂଘ ତହସିଲ ଅଫିସରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |

କାର୍ଯ୍ୟାଳୟ ରେ ବିନା ଟଙ୍କାରେ କୌଣସି କାମ ହେଉ ନ ଥିବା ଅଭିଯୋଗ କରିଥିଲେ | ପରେ ଉପଜିଲ୍ଲାପାଳ ଙ୍କ ଲିଖିତ ପ୍ରତିଶୃତି ପରେ ବିକ୍ଷୋଭ ପ୍ରଦର୍ଶନ ହଟିଥିଲା | ଏହି ବିକ୍ଷୋଭ ପ୍ରଦର୍ଶନରେ ସଂଘ ଅଧ୍ୟକ୍ଷ ସମିମ ଖାଁ , ପ୍ରଫୁଲ୍ଲ ନାଏକ, ଦୁଃଖିଶ୍ୟାମ ଗୁରୁ, ପ୍ରମୋଦ ପାଣିଗ୍ରାହୀ, ଶେଷଦେବ ପୁଟେଲ, କାନନ କିଶୋର ପଣ୍ଡା, କାହ୍ନୁ ଚାଁରଂ ବହିଦାର ତଥା ବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |

Comments are closed.