Related Contents

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଲେ, ଗଞ୍ଜେଇ ସହ ଦୁଇ ଯୁବତୀ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୦୬/୦୮): ରାୟଗଡା ଜିଲ୍ଳା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଏବେ ଗଂଜେଇ ଚୋରା ଚାଲାଣ ବେଳେ ଯୁବକ ନୁହେଁ ଧରାପଡିଛନ୍ତି ଦୁଇ ଜଣ ଯୁବତୀ । ଏହି ଗଂଜେଇ ଚୋରା ଚାଲାଣରେ ଏକ ବଡ ର‌୍ୟାକେଟ୍ ଥିବା ସନ୍ଦେହ କରୁଛି ଅବକାରୀ ବିଭାଗ ।

ରାୟଗଡ ଜିଲ୍ଳା ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ରାୟଗଡ ସଦର ଥାନା ନିରୀକ୍ଷକ ଦିଲ୍ଳିପ କୁମାର ଗୈାଡଙ୍କ ନେତୃତ୍ୱରେ ପେଟ୍ରୋଲିଂ ସମୟରେ ୨ଜଣ ଯୁବତୀଙ୍କଠାରୁ ୪୭କେଜିର ଗଞ୍ଜେଇ ଜବତ କରାଯାଇଛି ଏବଂ ଯୁବତୀ ଦୁହିଁଙ୍କୁ ଗିରଫ କରାଯାଇଥିବା ନେଇ ଜିଲ୍ଳା ଅବକାରୀ ଅଧିକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି | ଗିରଫ ଦୁଇଜଣ ଯୁବତୀ ହେଲେ ଲକ୍ଷ୍ମୀଖରା ଓ ରଜନୀ ଖୋସଲା ଏ ନେଇ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ଠାରୁ ମିିଳିଥିବା ସୂଚନା ପ୍ରକାରେ ରାୟଗଡ ସହରରେ ଦିନକୁ ଦିନ ଗଂଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ଯୋଗୁଁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଭାବେ ରେଳବାଇ ଷ୍ଟେସନ, ବସଷ୍ଟାଣ୍ଡ ସହ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସନ୍ଦେହ କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି | ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ରାୟଗଡ ସହରର ରେଳବାଇ ଷ୍ଟେସନ ଅଂଚଳରେ ପେଟ୍ରୋଲିଂ ସମୟରେ ଦୁଇ ଜଣ ଯୁବୀତଙ୍କ ନିଜ ସାଥିରେ ଥିବା ୩ଟି ଵ୍ୟାକପେକ ବ୍ୟାଗ ଏବଂ ଗୋଟିଏ ଟ୍ରଲି ବ୍ୟାଗ ନେଇ ଷ୍ଟେସନ ଅଭିମୁଖେ ଯାଉଥିଲେ ।

ତେବେ ସେମାନଙ୍କ ବ୍ୟାଗରେ ଗଂଜେଇ ଥିବା ସନ୍ଦେହ କରି ଯାଂଚ କରାଯାଇଥିଲା । ସମସ୍ତ ୪ଗୋଟି ବ୍ୟାଗରେ ସମୁଦାୟ ୪୭ କେଜିର ଗଂଜେଇ ଉଦ୍ଧାର କରାଯାଇଥିବା ବେଳେ ଏହି ଗଂଜେଇକୁ ଟ୍ରେନ ଦ୍ୱାରା ଝାରଖଣ୍ଡର ରାଞ୍ଚି ସହରକୁ ଚୋରା ଚାଲାଣ ପାଇଁ ଯୁବତୀମାନେ ନେଇ ଯାଉଥିବା ବୋଲି ଜେରା ବେଳେ ସ୍ୱୀକାର କରିଥିବା ବେଳେ ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ୩୫ହଜାର ଟଙ୍କାରୁ ଉର୍ଦ୍ଧ ହୋଇପାରେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ତେବେ ନିଜ ପରିବାରରେ ଆର୍ଥିକବସ୍ଥା ଭଲ ନ ଥିବାରୁ ସେମାନେ ୧୨ହଜାର ଟଙ୍କା ପାଇଁ ମଜବୁର ହୋଇ ଏପରି କାର୍ଯ୍ୟରେ ଲିପ୍ତ ରହିଥିବା ଯୁବତୀ ଦୁହେଁ ପ୍ରକାଶ କରିଛନ୍ତି । ସେହିପରି ରାୟଗଡ ଅବକାରୀ ସଦର ଥାନାରେ କେସ ନମ୍ବର ୫୨/୨୦୧୯ ପ୍ରକାରେ ୨୩କେ.ଜି ୬୦୦ଗ୍ରାମ ଓ ମୋବାଇଲ ୟୁନିଟ୍ କେସ ନମ୍ବର ୩୯/୨୦୧୯ରେ ୨୩.୬୦୦ଗ୍ରାମ ସମୁଦାୟ ୪୭କେ.ଜି ଗଂଜେଇ ଜବତ ହୋଇଥିବା ମାମଲା ରୁଜୁ କରାଯାଇଥିବା ସଦର ଥାନା ଅବକାରୀ ନିରୀକ୍ଷକ ଦିଲ୍ଳିପ ଗୈାଡ ସୂଚନା ଦେଇଛନ୍ତି । ଜିଲ୍ଳାରେ ଗଂଜେଇ ଚୋରା ଚାଲାଣକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ଦିଗରେ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଳାର ବିଭିନ୍ନ ସ୍ଥାନରେ ନିୟମିତ ପେଟ୍ରୋଲିଂ ଓ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Comments are closed.