Friday, March 29, 2024

Top 5 This Week

Related Posts

ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ର ରୁ ବାହାରିଲା ନବାନ୍ନ ଭକ୍ଷଣ ର ନିର୍ଦ୍ଧାରିତ ସମୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୮) : ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ର ରୁ ବାହାରିଲା ନବାନ୍ନ ଭକ୍ଷଣ ର ନିର୍ଦ୍ଧାରିତ ସମୟ ।WhatsApp Image 2022 08 20 at 7.16.32 PM 1 ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ର ରୁ ବାହାରିଲା ନବାନ୍ନ ଭକ୍ଷଣ ର ନିର୍ଦ୍ଧାରିତ ସମୟ

ପଶ୍ଚିମ ଓଡ଼ିଶା ସକାଶେ ଗତକାଲି ନନ୍ଦୋତ୍ସବ ଦିବସରେ ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ, କୋଟସମଲେଇ ଓ ସୁବର୍ଣ୍ଣପୁର ଜିଲ୍ଲା ର ବରିଷ୍ଠ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ଵାରା ପାତାଳୀ ମଣ୍ଡପ ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜ୍ଞା ମାଳ ପ୍ରାପ୍ତ କରି ଆସନ୍ତା ଗଣପର୍ବ ନୂଆଁଖାଇ (ନବାନ୍ନ) ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ (ଋଷିି ପଞ୍ଚମୀ) , ଗୁରୁବାର ତା ୦୧/୦୯/୨୦୨୨ ଦିନ ପୂର୍ବାହ୍ନ ଘ. ୧୦ :୫୬ ରୁ ଦିବା ୧୧:୧୦ ମିନିଟ୍ ମଧ୍ୟେ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶେ ଅମୃତ ସମୟେ ପଶ୍ଚିମ ଓଡ଼ିଶାର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ ।

ଏହି ଲଗ୍ନ କୁ ସର୍ବସମ୍ମୁଖରେ ପ୍ରଭୁ ଙ୍କ ପାଦତଳେ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ର ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି, ଜ୍ୟୋତିର୍ବିଦ ଗୁଣ ସାଗର ପଣ୍ଡା ଜ୍ୟୋତିର୍ବିଦ ମନୋ ରଞ୍ଜନ ପାଢ଼ୀ, ଚିତ୍ତ ରଞ୍ଜନ ପାଢ଼ୀ, ସୁଧୀର ପୁରୋହିତ, ଜଗନ୍ନାଥ ହୋତା, ଶୁଭମ୍ ପାଢୀ, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles