ମୁନିଗୁଡା ପୋଲିସ୍ କୁ ମିଳିଛି ବଡ ସଫଳତା:ଏକାଦିନରେ ଦୁଇଟି ନକଲି ହରିଡାଖଣ୍ଡି ଓ ଗୁଟୁକା ଫ୍ୟାକ୍ଟରୀ ଜବତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ/ଗୋପୀନାଥ ଗୌଡ଼
ରାୟଗଡ଼(୦୬/୦୮): ରାୟଗଡାଜିଲ୍ଲା ମୁନିଗୁଡା ଅଞ୍ଚଳରେ ଵରହମପୁରୁରୁ ଲମ୍ଵିଥିଵା ନକଲି ହରିଡାଖଣ୍ଡି ଓ ଗୋକୁଳ ଡିଲକ୍ସ ଫ୍ୟାକ୍ଟରୀକୁ ଥାନା ଅଧିନ ଆଙ୍କୁରଵାଲି ଓ ଟୁରିଗୁଡାରୁ ଆଇଆଇସି ଶ୍ରୀରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ସହ ପୋଲିସ ଟିମ ରାତିରେ ଟୁରିଗୁଡାରୁ ଚଢାଉ କରି ଫ୍ୟାକ୍ଟରୀ ରୀ ଜବତ କରିଥିଲେ |

ସେପଟେ ଏସଡ଼ିପିଓ ଶ୍ରୀ ଚନ୍ଦ୍ରଶେଖର ହୋତା ମଧ୍ୟ ଆଙ୍କୁରଵାଲିରେ ତାଙ୍କ ଟିମ ସହ ହରିଡାଖଣ୍ଡି ଫ୍ୟାକ୍ଟରୀ ଜବତ କରି ଦୁଇଟି ଫ୍ୟାକ୍ଟରୀ ମେସିନ ଓ ଛାପ ତିଆରି ଦ୍ରବ୍ୟ ସବୁ ମୁନିଗୁଡା ଥାନାକୁ ଆଣିଥିବା ଜଣାପଡିଛି | ହେଲେ ଦୁଇ ଯାଗାରୁ ଶ୍ରମିକ ଓ ମାଲିକ ଫେରାର ଥିଲେ । ଏସ୍ ପି ଶ୍ରୀ ଡା. ଶ୍ରବଣା ଵିଵେକ ଏମଙ୍କ ନିର୍ଦ୍ଦେଶନାରେ ଆଇ ଆଇ ସି ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀ କିଛିଦିନ ହେବ ଜାଲ ବିଛାଇ ଥିଲେ ହେଲେ ଗତକାଲି ଦିନ ଗୋଟାଏରେ ଖିଆପିଆ ନ କରି ଫ୍ୟାକ୍ଟରୀରେ ତାଲା ପଡିଥିବାରୁ ମୁନିଗୁଡା ତହସିଲଦାରଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ରାତି ଏଗାରଟାରେ ଭ୍ୟାନରେ ଥାନାକୁ ଅଣାଯାଇଥିଲା | ଏହି କାର୍ଯ୍ୟପାଇଁ ସହାୟତା କରିଥିଲେ ଏସ୍ ଆଈ ଵି.ଓରାମ, ଏଏସଆଇ ସୁକାନ୍ତ ପ୍ରଧାନ, ଏସଆଈବି ଦଳେଇ ହୋମଗାର୍ଡଙ୍କ ପ୍ଲାଟୁନ୍ କମାଣ୍ଡର ଶ୍ରୀ ଟୁଲୁ ପାଢୀ ଓ ପୋଲିସ୍ ରବି ବିଡିକା ଖଗେଶ୍ବର ଦେହୁରୀ ରତ୍ନାକର ଦାଶ ସୂଚନା ମୁତାବକ ପୂର୍ବରୁ ଏହି ଫ୍ୟୀକ୍ଟରୀ ଆଙ୍କୁରଵାଲିରେ ସିଜ୍ କରିଥିଲେ | ତତ୍କାଳୀନ ଆଇଆଇସି ଶ୍ରୀ ରାମେଶ୍ଵର ପ୍ରଧାନ ହେଲେ ମାଲିକ କି କିମିଆ କଲେ ଯେ କେବଳ ଦୁଇଜଣ କର୍ମଚାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା |

ଦୁଃଖର ବିଷୟ ବ୍ୟବହୃତ ମେସିନ ଥାନାକୁ ଅଣାଯାଇ କାହିଁକି ସିଜର ଲିଷ୍ଟରେ ମେସିନୀ ଓ ଅନ୍ୟାନ୍ୟ ସ୍ୟାମଗ୍ରୀ ଦର୍ଶା ନ ଯାଇ ସେହି ମାଲିକକୁ ଫେରାଇ ଦେବା ପଛରେ ସେତେବେଳର ଆଈଆଈସିଙ୍କର କି ସ୍ଵାର୍ଥ ଥିଲା କି ? ତାଙ୍କ ଉପରିସ୍ଥ ଅଧିକାରୀ ପାଖରେ ଥାଇ କଣ ଦୃଷ୍ଟିକୁ ଆସି ନ ଥିଲା କି ? ସେତେବେଳେ ଅନିୟମିତ ଭାଵେ ମେସିନ୍ ଦେବାରୁ ଆଜି ଗୋଟିଏ ବଦଳରେ ଦୁଇଟି ନକଲି ଗୁଟଖା ଫ୍ୟାକ୍ଟରୀ କରି ଅଞ୍ଚଳରେ ଲୋକମାନଙ୍କୁ କ୍ୟାନସର ସୃଷ୍ଟିହେଉଛି | ଏହି ପଦକ୍ଷେପକୁ ଜନସାଧାରଣ ଏସ୍ ପି ରାୟଗଡ଼ା ଓ ଆଇଆଇସି ଶ୍ରୀ ଦେହୁରୀ ଓ ସହଯୋଗ ପୋଲିସ୍ ଙ୍କୁ ସାଧୁବାଦ ଜଣାଇଵା ସହ ଏସ୍ ଡିପିଓ ଟୁରିଗୁଡାରୁ ନକଲି ଗୁଟଖା ଫ୍ୟାକ୍ଟରୀ ଜବତ କରିଥିବାବେଳେ ସାଧାରଣରେ ଭୂୟସୀ ପ୍ରଶଂସା କରିଛନ୍ତି | ଏହିପରି ପ୍ରତ୍ୟେକ ଗୁଟଖା ଦୋକାନରେ ଯାଞ୍ଚ କରାଗଲେ ବହୁତ ଧନଜୀବନ ସୁରକ୍ଷିତ ହୋଇ ପାରିବ |

Comments are closed.