Related Contents

ପ୍ରବଳ ବର୍ଷାରେ କାଶୀପୁର ମୁଖ୍ୟ ରାସ୍ତା ବନ୍ଦ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୦୬/୦୮): ଆଜି ଦିନ ଦ୍ବିପହର ରୁ ପ୍ରବଳ ବର୍ଷ ହେବା ଫଳରେ ମୁଖ୍ୟ ରାସ୍ତା ବନ୍ଦ ହୋଇଯାଇଛି | ସୂଚନା ଥାଉକି କାଶୀପୁର ବ୍ଲକ ସଦର ମହକୁମା ର ମୁଖ୍ୟ ରାସ୍ତା ଉପରେ ଦିନ ୩ଟାରୁ ୪ଫୁଟ ପାଣି ଚାଲୁଥିବାରୁ କାଶୀପୁରକୁ ଯାତାୟାତ ଏକ ପ୍ରକାର ବନ୍ଦ ହୋଇଯାଇଛି |

ଏହାର ମୁଖ୍ୟ କାରଣ ହେଲା ଗୋଟିଏ ପାର୍ଶ୍ୱରେ ବନ୍ଧ ଥିବା ବେଳେ ଅନ୍ୟ ପଟେ ଅଧାପନ୍ତରିଆ ରାସ୍ତା କାର୍ଯ୍ୟ ହୋଇଛି | ଏଥିପାଇଁ ନା ପ୍ରଶାସନ ନା ପୂର୍ତ୍ତ ବିଭାଗ ଧ୍ୟାନ ଦେଉଛି | ଏହି ସମୟରେ ସ୍କୁଲ ଛାତ୍ରଛାତ୍ରୀ ସେହି ରାସ୍ତା ଦେଇ ଫେରୁଥିବା ଏବଂ ଅନେକ ଟ୍ୟୁସନ ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ କେତେବେଳେ ଯେ କି କି ଅଘଟଣ ଘଟିବ କେହି କହିପାରିବେ ନାହିଁ | ଏହି ବର୍ଷା ଯୋଗୁଁ ଅନ୍ୟ ପତ୍ର ପ୍ରାୟ ୧୦ଏକର ଜମି ଚାଷ ପ୍ରଭାବିତ ହୋଇଥିବାରୁ ଦାୟୀ କିଏ ହେବ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି | ଏହାର ଶୀଘ୍ର ସମାଧାନ ପାଇଁ ଜନସାଧାରଣ ଦାବି ଜଣାଇଛନ୍ତି |

Comments are closed.