ଅଜଣା ରୋଗରେ ୬ବଳଦ ମୃତ୍ୟୁ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୬/୮/୨୦୧୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜାପୁର ପଚ଼ାଂୟତ ମଚ୍ଚ୍ରିଗୁଡା ଗ୍ରାମରେ ଅଜଣା ରୋଗରେ ୬ବଳଦ ଗତ ୩/୪ ଦିନ ମଧ୍ୟ୍ୟରେ ମୃତ୍ୟୁ ବରଣ କରିସାରିଲେଣି | ବିଜାପୁର ଗ୍ରାମରେ ପଶୁ ଡାକ୍ତର ରହିବା ସହ ଚିକିସ୍ଥା ନିମନ୍ତେ ଗୋଟିଏ ଘର ତିଆରି ହୋଇଛି |

ଏଣୁ ପଶୁଡାକ୍ତର ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠି ବିଜାହୁର ଗ୍ରାମରେ ରହୁ ନାହାନ୍ତି | ଯାହାରି ଫଳରେ ଅଜଣା ରୋଗରେ ପାଟି ପଟେ ପାଣି ବାହାରିବା ପରେ ଅଳ୍ପ ସମୟ ପରେ ମରିଯାଉଥିବାରୁ ଚନ୍ଦ୍ରପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗଙ୍କୁ ଏକ ଲିଖିତ ଅଭିଯୋଗ ମଚ୍ଚ୍ରିଗୁଡାଗ୍ରାମର ବାଳିକୁଣ୍ଡୁ, କାଳିଆ ବାଗ ସିଂ, ନାରାୟଣ ଦଳେଇ, ତ୍ରିଲୋଚନ ପାତ୍ର ଓ ଗ୍ରାମର ୧୫ରୁ ଉର୍ଦ୍ଧ ଲୋକ ଆସି ଦେଇଥିଲେ | ପରେ ବିଡିଓ ଶ୍ରୀ ଡୁଙ୍ଗଡୁଙ୍ଗ ରାୟଗଡା ଜିଲ୍ଲାପାଳଙ୍କୁ ଅଭିଯୋଗ କରି ପଶୁ ଡାକ୍ତରଙ୍କୁ ତୁରନ୍ତ ସେଠାକୁ ପଠାଇବା ନିମନ୍ତେ ଅନୁରୋଧ କରିଥିଲେ |

Comments are closed.