ପଛୁଆ ଅଞ୍ଚଳ ର ଆଗୁଆ ପିଲା

0
122
ପଛୁଆ ଅଞ୍ଚଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୦/୦୮) : ପଛୁଆ ଅଞ୍ଚଳ ର ଆଗୁଆ ପିଲା । ଚଳିତ ବ‌‌ର୍ଷ ଯୁକ୍ତ ଦୁଇ ପରୀକ୍ଷାରେ କଲ୍ୟାଣସିଂହପୁର ବ୍ଲକ୍ ସ୍ଥିତ ମେଲକଯୁବା ଗାଁ ର ନାଣାକା ସି‌ଦ୍ଧାନ୍ତ ରାୟଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୨୮ ମାର୍କ ରଖି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ପଛୁଆ ଅଞ୍ଚଳ ର ଆଗୁଆ ପିଲା । ବାପା ନାଣାକା ଲାକୁ ଜଣେ କୃଷକ ଓ ମାଁ ନାଣାକା ପୁନାଲୁ ଗୃହୀଣୀ ହୋଇଥିବାରୁ ପିଲା ର ଉଚ୍ଚଶିକ୍ଷା କରିବାକୁ ଇଚ୍ଛା ଥିଲେ ସୁଦ୍ଧା ଘର ର ଆର୍ଥିକ ଅଭାବ ହେତୁ ଏହି ଇଚ୍ଛା କେବଳ ଇଚ୍ଛାରେ ରହିଗଲା ପରି ମନେହେଉଛି । ସିଦ୍ଧାନ୍ତ ନିଜର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାତ୍ରଗୁଡା ନିଜ ମାମୁଁ ଘରେ ରହି ପଢ଼ିସାରିବା ପରେ ନବମ ରୁ ଦଶମ ପାରଳାଖେମୁଣ୍ଡି ସ୍ଥିତ ବିକାଶ ବିଦ୍ୟା ନିକେତନ ଉଚ୍ଚ ବିଦ୍ୟାଳୟରୁ ୩୬୦ ମାର୍କ ରଖି ଦଶମ ଶ୍ରେଣୀ ଉତ୍ତିର୍ଣ୍ଣ ହେବା ପରେ ରାୟଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇ ନିଜର କଠିନ ପରିଶ୍ରମ ଅଧ୍ୟବସାୟ ବଳରେ ଗାଁ ପରିବାର ର ପ୍ରଥମ ମେଧାବୀ ବିଦ୍ୟାର୍ଥୀ ହୋଇପାରିଛନ୍ତି । ପରିବାର ର ସହଯଗ, ଅଧ୍ୟାପକ ଉଦୟନାଏକ ଓ ସଦାନନ୍ଦ ଭାତ୍ରାଙ୍କ ତତ୍ତ୍ୱବାଧନରେ ଏଭଳି ସଫଳ ହାସଲ କରିଛି ବୋଲି ସିଦ୍ଧାନ୍ତ କହିଛନ୍ତି ।