ଦେଶରେ ଧାରା ୩୭୦ ଓ ୩୫(କ )ମଞ୍ଜୁର ପରେ ବୈପାରୀଗୁଡା ବିଜେପି ପକ୍ଷରୁ ଶୋଭାଯାତ୍ରା

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୦୫/୦୮): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ ଓ କାଶ୍ମୀର ରୁ ଧାରା ୩୭୦ ଓ ଧାରା ୩୫ (କ) ଉଛେଦକୁ ମଂଜୁର କରିବା ପରେ ଦେଶ ସାରା ଖୁସିର ଲହରୀ ଖେଳି ଯାଇଥିବା ବେଳେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ସଦରମହକୁମାରେ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଥିଛି |

ବୈପାରୀଗୁଡା ବିଜେପି କର୍ମୀ ଏକତ୍ରିତ ହୋଇ ପରସ୍ପରକୁ ମିଷ୍ଟର୍ଣ୍ଣ ଖୁଆଇ ଓ ବାଣ ଫଟାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପଦକ୍ଷେପକୁ ନେଇ ସହର ବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଧିପନା ଦେଖା ଦେଇଛି | ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ଇତିହାସ ସୃଷ୍ଟି କରିଥିବା ପଦକ୍ଷେପକୁ ବୈପାରୀଗୁଡା ବିଜେପିର ବରିଷ୍ଠ କର୍ମୀ ଏ ତ୍ରିନାଥ ରାଓ ମାଇକ ମଧ୍ୟମରେ ଭାଷଣ ଦେଇ ନଗର ପରିକ୍ରମା କରିଥିବା ଦେଖିବାକୁ ମିଳିଛି | ସେହିପରି ଏହି କାର୍ଯ୍ୟକ୍ରମରେ ପାର୍ଟିର ଚନ୍ଦ୍ର ଶେଖର ରଥ, ଏନ ହରି ପ୍ରସାଦ, ମନୋଜ ମହାନ୍ତି, ନଟବର ପଟନାୟକ, ଧର୍ମବୀର, ଧନପତି ନାୟକ, ଉତ୍ତମ ମହାନ୍ତି, ସହ ବହୁ କର୍ମୀ ଉପସ୍ଥିତ ଥିଲେ |

Comments are closed.