Friday, March 29, 2024

Top 5 This Week

Related Posts

ପରିବା ବିକାଳୀଙ୍କ ପୁଅ ଜିଲ୍ଲା ର ଟପ୍ପର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୦/୦୮) : ପରିବା ବିକାଳୀଙ୍କ ପୁଅ ଜିଲ୍ଲା ର ଟପ୍ପର । ନିଷ୍ଠା ର ସହ ନିଖୁରାପଣ ପରିଶ୍ରମ କଲେ ଯେ, କୌଣସୀ ପ୍ରତିବନ୍ଧକକୁ ଅତିକ୍ରମ କରିହେବ ଏହାକୁ ପ୍ରମାଣିତ କରିଛନ୍ତି ରାୟଗଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଗାନ୍ଧୀ କରକରିଆ ।

ଘର ର ଆର୍ଥିକ ସ୍ଥିତି ଭଲ ନ ଥିବା ସତ୍ୱେ ହାର ନ ମାନି ଆଗକୁ ବଢି ସଫଳତା ହାସଲ କରିଛନ୍ତି ଗାନ୍ଧୀ କରକରିଆ । ଯୁକ୍ତ +୨ କଳା ବିଭାଗରେ ୫୩୬ ନମ୍ବର ରଖି ପରିବା ବିକାଳୀଙ୍କ ପୁଅ ଗାନ୍ଧୀ ଜିଲ୍ଲାରେ ଟପ୍ପର୍ ହେଇଛନ୍ତି । କୋଲନରା ବ୍ଲକ ଅନ୍ତର୍ଗତ ଗାଡ଼ିସେଶଖାଲ ପଞ୍ଚାୟତ ର ମଣ୍ଡଳପିତେଶ୍ ଗ୍ରାମରେ ଗାନ୍ଧୀ ଙ୍କ ଘର । ବାପା ରାମସ୍ଵାମୀ କରକରିଆ ଜଣେ ଚାଷୀ ଏବଂ ମାଆ ସରସ୍ଵତୀ କରକରିଆ ଜଣେ ପରିବା ବିକାଳୀ । ମାଆ ଙ୍କ ରୋଜଗାର ଉପରେ ତାଙ୍କ ପରିବାର ନିର୍ଭର କରେ । ପରିବାର ପାଇଁ ଅହରହ ଉଦ୍ୟମ କରୁଥିବା ମାଆ ଙ୍କ ପରିଶ୍ରମ ର ମୂଲ୍ୟ ବୁଝୁଥିଲେ ଗାନ୍ଧୀ ତେଣୁ, ବିନା କୋଚିଙ୍ଗରେ ପାଠପଢି ଏଭଳି ସ୍ୱବାର୍ଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି ବୋଲି କହିଛନ୍ତି ।

Popular Articles