Advertisements
Friday, June 5, 2020
Home Death Case ଘୋଡାଧାର ହତ୍ୟାକାଣ୍ଡ, ଘଟଣାରେ ୨ ଅଟକ, ପୁଲିସର ତନାଘନା ଜାରି

ଘୋଡାଧାର ହତ୍ୟାକାଣ୍ଡ, ଘଟଣାରେ ୨ ଅଟକ, ପୁଲିସର ତନାଘନା ଜାରି

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା (୦୫/୦୮): ବିନିକା ଥାନା ମହାଦେବପାଲି ଫାଣ୍ଡି ଅଧିନସ୍ଥ ଘୋଡାଧାର ଗ୍ରାମରେ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ୨ଟି ପରିବାର ମଧ୍ୟରେ ଲାଗିରହିଥିବା ପୂର୍ବ ଶତ୍ରୁତାକୁ ନେଇ ଗତକାଲି ରାତିରେ ଘଟିଥିବା ହତ୍ୟାକାଣ୍ଡରେ ଜଣେ ମହିଳାର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ପୁଅ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି |

ଏହି ଘଟଣାରେ ପୁଲିସ ଏକ ମୋକଦ୍ଦମା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖି ୨ଜଣଙ୍କୁ ମହାଦେବପାଲି ଫାଣ୍ଡିରେ ଅଟକ ରଖି ପଚରାଉଚୁରା କରୁଛି | ଘଟଣା ପ୍ରକାଶଯେ ଉକ୍ତ ଗ୍ରାମର କଟିଆ ଲୁହାର ପରିବାର ସହ ତାଙ୍କ ପଡୋଶୀ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ପୂର୍ବ ଶତ୍ରୁତା ଥିଲା | କିନ୍ତୁ ଉଗ୍ରରୂପ ଧାରଣ କରି ତାହା ହତ୍ୟାକାଣ୍ଡର ରୂପ ନେଇଥିଲା | ଏହି ଘଟଣାରେ କାଟିଆ ଲୁହାଙ୍କୁ ପତ୍ନୀ ପଞ୍ଚେଶ୍ବରୀ ଲୁହାଙ୍କୁ ତାଙ୍କ ବିପକ୍ଷବାଦ ଧାରୁଆ ଅସ୍ତ୍ରରେ ଗଲାକଟି ଦେବାରୁ ଘଟଣାସ୍ଥଳରେ ହିଁ ପଞ୍ଚେଶ୍ବରୀର ମୃତ୍ୟୁ ହୋଇଥିଲା | କାଟିଆ ଲୁହା ଓ ତାଙ୍କ ପୁଅ ବାଲେଶ୍ୱର ଲୁହାଙ୍କ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ | ଉଭୟ ବାପ ପୁଅକୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା | କିନ୍ତୁ ବର୍ତ୍ତମାନ ଉଭୟେ ବାପ ପୁଅ ଚିକିତ୍ସାଧୀନ ଅଛନ୍ତି | ଏ ଘଟଣା ରେ ଆଜି ସୁଦ୍ଧା ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: