ଦୁଷ୍କର୍ମ ମାମଲାରେ ଫେରାର ଥିବା ବାବା ନିତ୍ୟାନନ୍ଦଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା

0
114
ଦୁଷ୍କର୍ମ ମାମଲାରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବେଙ୍ଗାଲୁରୁ, (୨୦/୦୮) : ଆତ୍ମଘୋଷିତ ଭଗବାନ ତଥା ଏକ ଦୁଷ୍କର୍ମ ମାମଲାରେ ଫେରାର ଥିବା ବାବା ନିତ୍ୟାନନ୍ଦଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି ।

୨୦୧୦ ମସିହାରେ ହୋଇଥିବା ଦୁଷ୍କର୍ମ ମାମଲାରେ ବେଙ୍ଗାଲୁରୁ ରାମନଗର ର ଏକ ସେସନ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା । ହେଲେ ପୁଲିସ ତାଙ୍କ ସନ୍ଧାନ ପାଇବାରେ ବିଫଳ ହୋଇଥିଲା । ଉକ୍ତ ଦୁଷ୍କର୍ମ ମାମଲାରେ କୋର୍ଟରେ ଟ୍ରାଏଲ ଚାଲିଥିବା ବେଳେ ୩ ଜଣ ସାକ୍ଷୀ ମଧ୍ୟ ବୟାନ ଦେଇଛନ୍ତି । କିନ୍ତୁ ଅଭିଯୁକ୍ତ ନିତ୍ୟାନନ୍ଦଙ୍କ ଅନୁପସ୍ଥିତ ଯୋଗୁଁ ୩ ବର୍ଷ ହେବ ବିଚାର ଆଗେଇ ପାରୁନାହିଁ ।

୨୦୧୯ ରୁ ନିତ୍ୟାନନ୍ଦଙ୍କୁ ଯେତେଥର ସମନ ହୋଇଛି ସେ କୌଣସିରେ ଉତ୍ତର ଦେଇ ନାହାଁନ୍ତି । ଗତକାଲି ଜାରି ହୋଇଥିବା ୱାରେଣ୍ଟ ର ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଅବଧି ରହିଛି । ଅର୍ଥାତ ପୁଲିସକୁ ଏହି ସମୟ ସୀମା ମଧ୍ୟରେ ଅଭିଯୁକ୍ତଙ୍କୁ ଆଣି କୋର୍ଟରେ ହାଜର କରିବାକୁ ପଡ଼ିବ । ଯଦି ପୁଲିସ ବିଫଳ ହୁଏ ତେବେ କୋର୍ଟ ପରବର୍ତ୍ତୀ ଆଇନଗତ ବିଚାର ଶୁଣାଇ ପାରନ୍ତି । ୨୦୧୦ ମସିହାରେ ବାବା ନିତ୍ୟାନନ୍ଦଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା ।

ନିତ୍ୟାନନ୍ଦଙ୍କ ପୂର୍ବତନ ଡ୍ରାଇଭର ଲେନିନ ଏହି ଅଭିଯୋଗ ଆଣିବା ପରେ ନିତ୍ୟାନନନ୍ଦ ଗିରଫ ହୋଇଥିଲେ । ପରେ ସେ ବେଲ୍‌ରେ ଆସିଥିଲେ । ଏହାପରେ ଲେନିନଙ୍କ ଅଭିଯୋଗ କ୍ରମେ ୨୦୨୦ ରେ ବାବା ନିତ୍ୟାନ୍ଦଙ୍କ ଜାମିନ ରଦ୍ଦ ହୋଇଥିଲା । ଏଥିରେ ନିତ୍ୟାନନ୍ଦ ଦେଶ ଛାଡ଼ି ପଳାଇଯାଇଥିବା ଦର୍ଶାଯାଇଥିଲା । କୁହାଯାଉଛି ନିତ୍ୟାନନ୍ଦ ଦେଶ ଛାଡ଼ି ଯେଉଁଠି ଆଶ୍ରମ କରିଛନ୍ତି ତା’ର ନାଁ କୈଳାସ ରଖିଛନ୍ତି । କିନ୍ତୁ କେଉଁ ଦେଶରେ ରହୁଛନ୍ତି ତାହା ଜଣାପଡ଼ି ନାହିଁ । ଏହାକୁ ନେଇ ସପେନ୍ସ ଜାରି ରହିଥିବା ବେଳେ ସେ ଦକ୍ଷିଣ ଆମେରିକା ର ଇକ୍ୱେଡର ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱୀପରେ ରହୁଥିବା କୁହାଯାଉଛି । ତାହାକୁ ଏକ ସ୍ୱତନ୍ତ୍ର ଦେଶ କୈଳାସ ବୋଲି ଘୋଷଣା କରିଛନ୍ତି ।

ଏହାକୁ ସେ ଏକ ସମ୍ପୂର୍ଣ୍ଣ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିଛନ୍ତି । ଏହି ତଥାକଥିତ ରାଷ୍ଟ୍ରରେ ନାଗରିକତା ଗ୍ରହଣ କରିବାକୁ ସେ ଲୋକମାନଙ୍କୁ ଆମନ୍ତ୍ରଣ କରିଛି ଓ ନିଜେ ସ୍ୱତନ୍ତ୍ର ପାସପୋର୍ଟ ମଧ୍ୟ ଜାରି କରୁଛି । ଏହି ଦ୍ୱୀପରାଷ୍ଟ୍ର ର ଏକ ସ୍ୱତନ୍ତ୍ର ପତାକା ରହିଛି । ପତାକାରେ ନିତ୍ୟାନନ୍ଦଙ୍କ ଚିତ୍ର ଓ ପାଖରେ ଏକ ବୃଷଭ ମଧ୍ୟ ରହିଛି । ଏହାର ଏକ ୱେବସାଇଟ ମଧ୍ୟ ରହିଛି । ତାହାର ନାଁ ହେଉଛି kailash.org । ସନାତନ ହିନ୍ଦୁଧର୍ମ ର ସୁରକ୍ଷା, ଏହାର ପରମ୍ପରା ରକ୍ଷା କରିବା ପାଇଁ ଏହି ଦେଶ ର ନାଗରିକତ୍ୱ ନେବା ସହ ସହାୟତା କରିବାକୁ ଏହି ୱେବସାଇଟରେ ନିବେଦନ କରାଯାଇଛି ।