Friday, March 29, 2024

Top 5 This Week

Related Posts

ଶ୍ରୀରାମ ଡିଗ୍ରୀ କଲେଜରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୦୮) : ଗତ ଶୁକ୍ରବାର ଦିନ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଶ୍ରୀରାମ ଡିଗ୍ରୀ କଲେଜ ର ଏକ ରକ୍ତଦାନ ଶିବିରରେ ଯୋଗ ଦେଇଥିବା ଜଣା ଯାଇଛି । 

ଗତକାଲି ଶ୍ରୀରାମ ଡିଗ୍ରୀ କଲେଜ ଓ ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ବିଦ୍ୟାଳୟ ଓ ଶ୍ରୀ ରାମ ଡିଗ୍ରୀ କଲେଜ ର ପ୍ରତିଷ୍ଠାତା ତଥା ଦିଗ ଦର୍ଶକ ଶ୍ରୀ ରଘୁନାଥ ସାହୁ ଙ୍କ ୩୨ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ଓ ପୌର ଅଧ୍ୟାକ୍ଷା ଶ୍ରୀମତୀ ଏମ. ସୁଧାରଣୀ ଯୋଗ ଦେଇଥିଲେ ।

ଶ୍ରୀ ତିରୁପତି ରାଓ ଶ୍ରୀ ସାହୁ ଙ୍କ ଅବଦାନ ଯୋଗୁଁ କାଶୀନଗର ବ୍ଲକରେ ଶିକ୍ଷା ର ପ୍ରସାର ର ଜାଗ୍ରତ ପ୍ରହରିଭାବେ ସେ ଯେଭଳି ଉତ୍ସ୍ଗୀକୃତ ମନୋଭାବ ଦେଖାଇଥିଲେ ତାଙ୍କୁ ଚିରକାଳ ମନେ ରଖିବା ଉଚିତ ବୋଲି କହିଥିଲେ । ସେହିଭଳି କନିଷ୍ଠ ବିଦ୍ୟାଳୟରେ ମଧ୍ୟ ଏକ ନିରାଡ଼ମ୍ବର ଉତ୍ସବ ଅଧ୍ୟକ୍ଷ ଶ୍ରୀ ନବ କୃଷ୍ଣ ସାହୁକାରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।

Popular Articles