ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହିତ ନଗରପାଳଙ୍କ ସାକ୍ଷାତକାର

0
121
ବୌଦ୍ଧ ଜିଲ୍ଲାପାଳ ସତ୍ୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୯/୦୮) : ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହିତ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଆଜି ସୌଜନ୍ୟ ମୂଳକ ସାକ୍ଷାତ କରି ବୌଦ୍ଧ ସହର ର ବିକାଶ ଉପରେ ଆଲୋଚନା କରିଛନ୍ତି ।

ସହର ଉନ୍ନତି କରଣ, ପାର୍କିଂ ସୁବିଧା, କାନ୍ଥ ପେଣ୍ଟି, ବସଷ୍ଟାଣ୍ଡ ର ସ୍ଥାନାନ୍ତରୀକରଣ, ମର୍ଯାକୁଦରେ ଆଲୋକିକରଣ, ପର୍ଯ୍ୟଟନ ର ଉନ୍ନତିକରଣ, ସହର ସୌନ୍ଦର୍ଯ୍ୟକରଣ, ମିନି ଜିମ ୱାର୍କସ କ୍ଳବ ଉପରେ ଆଲୋଚନା କରିଥିଲେ । କାଉନସିଲ ବୈଠକ ପରେ ସହର ର ବିଭିନ୍ନ ସ୍ଥାନକୁ ଯାଇ ଉନ୍ନତି କରାଯିବ ସେନେଇ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହିତ ନଗରପାଳ ଆଲୋଚନା କରିଥିଲେ । ରାସ୍ତା କଡରେ ବାଲି ମାଟି ନ ପକାଇବା ଉପରେ ଗୁରୁତ୍ୱାରୋପ ଓ ହେଲ୍ମେଟ ଚେକିଂ ଉପରେ ଗୁରୁତ୍ୱ ଦେବା ବିଷୟରେ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତକାନ୍ତି ବଳିଆରସିଂ ଉପସ୍ଥିତ ରହିଥିଲେ । ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା କୁ ଦୁଇ ଦିନ ବ୍ୟାପି ଅହିଂସା ରଥ ବୌଦ୍ଧ ଜିଲ୍ଲା ପରିକ୍ରମା କରିବାର ଉପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୁଟ ଚାର୍ଟ ଉପସ୍ଥାପନ କରିଥିଲେ ।