ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୦୫/୦୮): ଲୋଇସିଂହା ଥାନା ଆଗଲପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।

ଶିଶୁ ବାଟିକା ବିଭାଗ ସଂକୁଳ ପ୍ରମୁଖ ଜୟନ୍ତ ସିଂଦେଓ ଦୀପ ପ୍ରଜ୍ବଳନ ପୂର୍ବକ ମେଳାର ଶୁଭାରମ୍ଭ କରିଥିଲେ । ଏହି ବିଜ୍ଞାନ ମେଳାରେ ଶିଶୁ ବାଟିକା ବିଭାଗରୁ ୪୦ ଟି, କନିଷ୍ଠ ବର୍ଗରୁ ୮୪ ଟି, ଶିଶୁବର୍ଗରୁ ୩୦ ଟି ଓ ବଲବର୍ଗରୁ ୨୫ ଟି ପ୍ରକଳ୍ପ ସାମିଲ ହୋଇଥିଲା ।

ଏହି ଅବସରରେ ଆୟୋଜିତ ଉଦଯାପନୀ ସମାରୋହରେ ଆଗଲପୁର ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭିକାରୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ବିଦ୍ୟାସାଗର ସିଂଦେଓ, ବବିତା ହୋତା, ନୀଳକଣ୍ଠ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ଅମିନା ନାୟକ ଓ ବବିତାଞ୍ଜଳି ମେହେର ବିଚାରକ ଦାୟିତ୍ୱ ତୁଲାଇଥିଲେ । ଗୁରୁମା ଧନମତି ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.