ବନ୍ଧୁକ ମୁନରେ ସୁନା ଦୋକାନ ରୁ ଲୁଟ ଘଟଣା ର ପର୍ଦାଫାଶ

0
217
ବନ୍ଧୁକ ମୁନରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ଼, ତା(୧୮/୦୮) : ବଲାଙ୍ଗୀର ଜିଲ୍ଲା ର ପାଟଣାଗଡ଼ରେ ଗତ ଅଗଷ୍ଟ ମାସ ୫ ତାରିଖ ଦିନ ସହର ମଧ୍ୟ ସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନ ରୁ ୬ ଜଣ ବନ୍ଧୁକ ଧାରୀ ଡକାୟତ ସ୍ପଷ୍ଟ ଦିବାଲୋକରେ ଦୋକାନ ମାଲିକ ମୁକେଶ ଜୈନ କୁ ବନ୍ଧୁକ ମୁନରେ ରଖି ପାଖାପାଖି ୨ କେଜି ସୁନା ଓ ୫୦ ହଜାର ଟଙ୍କା ଲୁଟି କରି ନେଇ ଫେରାର ହୋଇଯାଇଥିଲେ ।

ଦିନ ଦ୍ୱିପହରରେ ସ୍ପଷ୍ଟ ଦିବାଲୋକରେ ପୋଲିସ ଷ୍ଟେସନ ଠାରୁ ମାତ୍ର ୨୦୦ ମିଟର ଦୂରରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇ ବନ୍ଧୁକ ମୁନରେ ଲୁଟ କରିଥିବା ଅପରାଧୀ ଙ୍କୁ ଠାବ କରିବା ଚ୍ୟାଲେଞ୍ଜ ପାଲଟି ଥିବା ଓ ପାଟଣାଗଡ଼ ବାସୀଙ୍କ ପାଇଁ ଏହା ବେଶ ହଟ ଚମଟ ତଥା ଆତଙ୍କ ସୃଷ୍ଟି କରିଥିଲା ।

ଏ ନେଇ ଅତୀତରେ ବଲାଙ୍ଗୀର ଏସ୍ପି ଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହେଇଥିଲେ ପାଟଣାଗଡ଼ ବାସୀ । ଏ ନେଇ ତଦନ୍ତ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏକ ସ୍ଵତନ୍ତ୍ର ଟିମ ଗଠନ କରି ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଥିଲେ । ବିଭିନ୍ନ ସ୍ଥାନରେ ଚଢାଉ କରି ଚାରି ଡକାୟତଙ୍କୁ ଗିରଫ କରିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ସେହିପରି ଅଭିଯୁକ୍ତ ଙ୍କ ସହ ସଂଶ୍ଳିଷ୍ଟ ଥିବା ଆଉ ଚାରି ଜଣ ଅଭିଯୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଥିବା ପୋଲିସ ପ୍ରକାଶ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳ ର ହୋଇଥିବା ବେଳେ ଫେରାର ଅଭିଯୁକ୍ତ ମାନେ ବାହାର ରାଜ୍ୟ ର ବୋଲି ପୋଲିସ ଜାଣିବାକୁ ପାଇଛି । ପାଟଣାଗଡ଼ ସମଲେଶ୍ୱରୀ ଗାଁ ର ଶେଷଦେବ ବଗର୍ତ୍ତି, ରାମପୁର ର ଆଓ୍ବାଜ ମେହେର, ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳ ର ଚନ୍ଦ୍ର ଓରଫ ଚନ୍ଦ୍ରମଣି ମେହେର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଖୁଟପାଲି ଗାଁ ର ଅଲେଖ ବଢ଼େଇ କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪୨ ହଜାର ୫୦୦ ଟଙ୍କା ଡକାୟତିରେ ବ୍ୟବହୃତ ଦେଶୀ ବନ୍ଧୁକ, ଦୁଇଟି ୮ ଏମ୍ ଏମ୍ ଜୀବନ୍ତ ଗୁଳି, ପଲସର ବାଇକ୍ ସହ ମାଲିକ ଠାରୁ ଲୁଟି ନେଇଥିବା ଏକ ସ୍ୟାମସଙ୍ଗ ମୋବାଇଲ ଫୋନ ପୋଲିସ ଜବତ କରିଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ଏହି ଡକାୟତି ଘଟଣାରେ ଆଉ ଚାରି ଜଣ ଡକାୟତ ସୁନା ନେଇ ବାହାର ରାଜ୍ୟକୁ ଫେରାର ମାରିଥିବା ବେଳେ ପୋଲିସ ର ସ୍ୱତନ୍ତ୍ର ଟିମ୍ ବଲାଙ୍ଗିର ଏସ ପି ଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚଳାଇଥିବା ସୂଚନା ଦିଆଯାଇଛି ।