Friday, March 29, 2024

Top 5 This Week

Related Posts

ଛତ୍ରଙ୍ଗ ରେ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ମେଳା ପାଳିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୮/୦୮) : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଛି ଶ୍ରୀ ଜନ୍ମାଷ୍ଟମୀ

ଛତ୍ରଙ୍ଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳ ଲୋଚନ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ସ୍ୱତନ୍ତ୍ରତା ଉପରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମକୁ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମେ ପୂଜାର୍ଚ୍ଚନା ସରିବା ପରେ ଶିଶୁ ମନ୍ଦିରରୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ସମେତ ସମସ୍ତ ଶିଶୁ ମାନେ ରାଧାକୃଷ୍ଣ ବେଶରେ ଏକ ସଂସ୍କୃତି ଶୋଭାଯାତ୍ରାରେ ବାହାରି ବୁଲି ନଗର ପରିକ୍ରମା କରିଥିଲେ । ନଗର ପରିକ୍ରମା ପରେ ଶିଶୁ ମନ୍ଦିରରେ ରାଧାକୃଷ୍ଣ ବେଶ ଓ କୁଇଜ ପ୍ରତିଯୋଗିତା କରାଯାଇଥିଲା ।

ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୁରୁ ସ୍ୱାଗତ ଭାଷଣ ସହ ସଭା ପରିଚାଳନା କରିଥିବା ବେଳେ ରେଶମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଦସ୍ୟ ବସନ୍ତ କୁମାର ବେହେରା ଓ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ ।

Popular Articles